ଫେରିଯିବା ଚାଲ ପୁଣିଥରେ
ସେଇ ପ୍ରକୃତି କୋଳକୁ,
ଝରଣା କୂଳକୁ,
ଘାସ'ପରେ ଥିବା କାକର ବିନ୍ଦୁକୁ,
ନୀଳ ନୀଳ ସେଇ ଆକାଶ ତଳକୁ,
ଫୁଲ ବଗିଚା କୁ,
ଫୁଟିଥିବା ଫୁଲ ମହକ ପାଖକୁ,
ଧରିବା ପାଇଁକି ପରଜାପତି କୁ,
ସୋରିଷ କ୍ଷେତ କୁ,
ବିହଗ ମଧୁର ତାନ ଶୁଣିବାକୁ,
ଅନ୍ଧାର ରାତିରେ ଜହ୍ନ ଆଲୁଅ କୁ,
ଚାଲ ହଜାଇଦେବା ନିଜକୁ,
ଫେରିଯିବା ପୁଣି ପ୍ରକୃତି କୋଳକୁ |
ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା, ବାଙ୍କୀ, କଟକ



0 Comments