ମରିଗଲାଣି ମୋ ଶରୀର, ଦାହ ହେଲା ଯାଇ
ସ୍ମସାନ ରେ...
ସେ ପଞ୍ଚ ଭୁତରେ ଲୀନ ହେଲାଣି
ମୋ ହାଡ଼ ମାଂସ ସବୁ ପୋଡିଗଲାଣି....
ବାହୁନି ବାହୁନି ହୋଇ କାନ୍ଦୁଛନ୍ତି
ମୋ ଘର ପରିବାର....
ଘୃଣା କରୁଥିବା ଲୋକ ଏବେ
କରୁଛନ୍ତି ଟାହି ଟାପରା....
ମୋ ଲୁଗା ସଜ ମୋ ଜିନଷ
ସବୁ ପୋଡ଼ିଗଲା ମୋ ଜୁଇ ନିଆଁ ରେ....
ମୋ ସ୍ୱପ୍ନ ମୋ ଦିନ ମୋ ଆଶା
ସବୁ ପାଉଁଶ ହେଲା ମୋ ହାଡ଼ ମାଂସ ସହ ଜଳି....
ମୋ କୁଣ୍ଟୁବ ସବୁ ଦୀପ ଜାଳି
ମତେ ବିଦାୟ କଲେଣି....
ରାମ ନାମ ସତ୍ୟ ହେ କହି
ମୋ ଦେହ ନେଇ ଚାଲି ଗଲେଣି...
କେତେ ରାସ୍ତା ସାରା ବିଂଛି ହେଇ ଗଲାଣି
ଖଇ କଉଡ଼ି...
ରଙ୍ଗ ଅଭିର ଭି ସଜ ମୋ ସରି
ଦେହ ରେ ପିନ୍ଧି ସାରିଲିଣି ଧଳା ଲୁଗା....
ଜଂଜାଳ ମୋହ ମାୟା ସବୁ ପଛରେ ଛାଡି
ମୁ ଏକା ଧନ ଯୌବନ କୁ ଦୁରେଇ
ଚାଲି ଗଲି ମହା ଶୂନ୍ୟ କୁ.....
ସବୁ ନିଆଁ ରେ ସମର୍ପି
କୁହଳି ଉଠିଲା ଧୂଁଆ ମୋ ଦେହ ରୁ...
ବନ୍ଧୁ ବାନ୍ଧବ କିଏ ଥିଲେ ଦୂର ରେ
ଆଜି ହେଇଛନ୍ତି ଏକାଠି...
ମୋ ଦଶହ କାମ ପାଇଁ କରିଲେଣି ବିଚାର....
ମୁ ମୁକ୍ତି ପାଇ ଗଲିଣି ଏବେ
ମୋ ନାଆ ରେ ଦୀପ ଟେ ଜଳିବ....
ସୁଖ ଶାନ୍ତି ର ବସ ହେଇ ମୁ
ଚାଲି ଗଲି ମୋ ଅନ୍ତିମ ଘର
ଶ୍ମଶାନ କୁ......।।
ସ୍ଵାତି ମହାପାତ୍ର
ପୁରୀ, ସୁଭାଷ ବୋଷ ଛକ




0 Comments