ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି - ଅନିତା ବିଶ୍ଵାଳ



ରାମୁ ବୋଲି ଗୋଟେ ପିଲା  ଟିଏ ଥିଲା ତାର ଗ୍ରାମର ନାମ ଥିଲା ହରିପୁର ସେ ଏମିତି ଗୋଟେ ପିଲା ଥିଲା ସେ ରହୁଥିବା ଗ୍ରାମରେ ସବୁ ଲୋକ ଙ୍କର  ଭଲରେ କି ମନ୍ଦରେ କଥାବାର୍ତ୍ତା କ୍ଷେତ୍ରରେ ଆସି ଠିଆହୋଇଥାଏ ରାମୁ ବୟସରେ ବହୁତ୍ ସାନ ହେଲେ କଣ ହେଲା ବହୁ ମାନଗଣ୍ୟ ବ୍ୟକ୍ତି ବିଶେଷଙ୍କ ନିକଟରେ ସ୍ନେହ, ମମତାର ପାତ୍ର ହେଇଯାଇଥିଲା ରାମୁ ଗ୍ରାମ ର ସବୁ ଲୋକ ଙ୍କ ଖବର ଅନ୍ତର ର ଧ୍ୟାନ ଦେଉଥିଲା ଓ ପାଖରେ ବସି ମାଆ ଯେପରି ଛୁଆ ଟିର ସମସ୍ତ ଖବର ଅନ୍ତର ର ଧ୍ୟାନ ଦେଇଥାଏ ଠିକ୍ ରାମୁ ଛୋଟ ପିଲା ଟିଏହେଲେ କଣ ହେଲା ସେ ଭି ବହୁତ୍ ଯତ୍ନବାନ୍ ଥିଲା ରାମୁ ର ବାପା ମାଆ ସେ ଛୋଟ ଥିବା ବୟସରେ ପରଲୋକ ଗମନ କରିଥିଲେ ତାର ପିତା ଗଣେଶ ମଧ୍ୟ ଜଣେ ଯତ୍ନବାନ ବ୍ୟକ୍ତି  ଥିଲେ 
ତେଣୁ କଥାରେ ଅଛି ବାପା ମାଆ ଯେମିତି ଶିକ୍ଷା ସଂସ୍କାର ମିଳିଥିବ
ରାମୁ ମଧ୍ୟ ଲୋକ ଙ୍କ ସେବା କରି ନିଜକୁ ଧନ୍ୟ କରୁଥିଲା କିନ୍ତୁ କଣ ହବ ଗ୍ରାମର କିଛି  କୁ- ପ୍ରକୃତି ରଲୋକ  ପାଇଁ ତାକୁ କଷ୍ଟ ମିଳୁଥିଲା ତଥାପି ସେ ନିଜର କର୍ତ୍ତବ୍ୟରେ ଅବହେଳା କରି ନାହିଁ ଯେପରି ଦୁବ ଘାସ ଓପରେ ଲୋକ ଦଳି ଚକଟି ଦିଅନ୍ତି କିନ୍ତୁ ସେ ପୁଣି କଅଁଳେ ପୁଣି ତାର ଧର୍ମ ଠାରୁ ଓହରି ଯାଏନାହିଁ   ଠିକ୍ ସେହି ପରି ରାମୁ ମଧ୍ୟ ସେବା କରି ଚାଲେ ଦିନକର  ଘଟଣା କେହି ବୁଝିପାରିଲେ ନାହିଁ ରାମୁ ର କଣ ହେଲା କେଜାଣି ସେ ଗ୍ରାମ ର ଗୁରୁଜନ ଲୋକ ଙ୍କ ସେବା ରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କଲା ଗ୍ରାମ ର କେହି କିଛି ବୁଝିପାରୁନଥିଲେ କି ଯେଉଁ ଛୁଆ ଛୋଟ ଟି ବେଳରୁ ସେ ସେବା କରେ ସେ ଆଜି ଚୁପ୍ କଥା କଣ ସେହି ସମସ୍ୟା ର କାରଣ ଜାଣିବାକୁ ଚେଷ୍ଟା କରୁଥିଲେ କିନ୍ତୁ କୌଣସି ସୁରାଖ ପାଉନଥିଲେ ତେଣୁ ଗ୍ରାମ ବାସୀଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟି ଯାଇଛି କିନ୍ତୁ ରାମୁ କାହାକୁ କିଛି ନ କହି ଚୁପ ଚାପ ବସି ରହେ ଏପରି ଦିନ ପରେ ଦିନ ଗଡି ଗଡି ଚାଲେ କିନ୍ତୁ କଣ ପାଇଁ ରାମୁ ଆଉ କାହା ଦୁଃଖରେ କି ସୁଖରେ ଆଉ ସାମିଲ ହୋଇନାହିଁ କିନ୍ତୁ ରାମୁ ର ଏପରି ନିରବତା କୁ ଦେଖି କିଛି କୁ_ ପ୍ରକୃତି ମଣିଷ ଅତ୍ୟନ୍ତ ଆନନ୍ଦିତ ହୁଅନ୍ତି ସତରେ ରାମୁ ର ନିରବତା ର କାରଣ ଗାଆଁ ର ଜଣେ ବଡ଼ ଭାଇ କୁହନ୍ତି ତାକୁ ତୋର ତ ବାପା ମାଆ ନାହିଁ ଭାବୁଚୁ କଣ ତୋ ସେବା ଦ୍ଵାରା ତୁ କଣ ମୋ ପରିବାରଠୁ ମୋତେ ଅଲଗା କରିଦେବୁ ତାହାଲେ ତୁ ଭୁଲ୍ ଭାବୁଛୁ ସେ କଥା ରାମୁ ର ହୃଦୟକୁ ଏକ ଶକ୍ତ କଷ୍ଟ ଦେଇଥିଲା ତେଣୁ ରାମୁ ଭାବେ ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି ଭୁଲ୍ ମୋର ସବୁ କି ମୁଁ ଟିକେ ସ୍ନେହ ପାଇଲେ ଭାବେ କି ସବୁ ନିଜର କିନ୍ତୁ ଭୁଲ୍ ମୁଁ ।

ଅନିତା ବିଶ୍ଵାଳ 
ଜିଲ୍ଲା _ସୁନ୍ଦରଗଡ଼ 

Post a Comment

0 Comments