ମିନତି ଘେନ ବଡ଼ ଠାକୁର
ଜଗଦିଶ ପରଂବ୍ରହ୍ମ
ଅନାଥ ଜନ ଡାକୁଛି ଆଜି
ରଖ ପ୍ରଭୁ ତୁମ ଧାମ ।
ଜଗତ ହିତ ତୁମ ଦାୟିତ୍ୱ
ଜଗତ କଲ୍ୟାଣ ପାଇଁ
ରକ୍ଷକ ତୁମେ ପାଳକ ତୁମେ
ତୁମେ ତ ଜଗତ ସାଇଁ ।
ତୁମ ବିଶ୍ୱାସେ ପ୍ରାଣୀ ନିଶ୍ୱାସ
ଚାଲିଛି ଏହି ସଂସାରେ
ତୁମରି ପାଇଁ ଦିନ ଓ ରାତି
ଚାଲିଛି ନିରନ୍ତରେ ।
ଭାଗ୍ୟ ବିଧାତା ମୁଁ ହତଭାଗା
ଡାକୁଛି ଭକ୍ତି ଭରେ
କଳା ଧଳାର ରଥ ସଜାଡି
ଜଗତ ରଖ ବାରେ ।
ତିନି ତୁଣ୍ଡରେ ଛେଳି କୁକୁର
ଏହି ଧାରା ଧାମରେ
ଧୃତ ମଣିଷ ପାଇଁ କି ପ୍ରଭୁ
ଅଭିମାନ ମନରେ ।।
ରଞ୍ଜନ କୁମାର ପଣ୍ଡା
କୋରାପୁଟ



0 Comments