(ସ୍ବର୍ଗତ ମନୋଜ ଦାସଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି)
ହେ ବରଣ୍ୟ ମହାରଥୀ
ଭାଷା ବିଜ୍ଞାନ ସାରଥୀ
ଉତ୍କଳ ସାଥି
ଉତ୍କଳ ଅମ୍ଳାନ ତାରା
ସୁନ୍ଦର ସାହିତ୍ୟ ଧାରା
ପ୍ରୀତି ଭାରତୀ ।
ସାହିତ୍ୟ କାନ୍ଦୁଛି ଆଜି
ଆଶ୍ରମ ଯାଉଛି ଭିଜି
ଆଖି ଲୁହରେ
ଖୋଜିଲେ ମିଳିବେ ନାହିଁ
ସେବାର ପ୍ରତୀକ ସେହି
ଏ ଜଗତରେ ।
ସଂସ୍କୃତିର ଗନ୍ତାଘର
ଦେଶରେ ଉତ୍କଳ ସାର
ବିଶ୍ୱର ଖଣି
ପଣ୍ଡିଚେରୀ ଆଶ୍ରମର
କୀର୍ତ୍ତିସ୍ଥମ୍ଭ ଉତ୍କଳର
ମଉଢ ମଣୀ ।
ଉତ୍କଳେ ଜନମ ନେଲ
ଜଗତରେ ଧନ୍ୟ ହେଲ
ଭାଷା ସୃଷ୍ଟିରୁ ।
ବିଦାୟ ନେଇଛ ଆଜି
ଭାଷା କୀର୍ତ୍ତିସ୍ଥମ୍ଭ ସାଜି
ସାରା ବିଶ୍ବରୁ ।
ହେ ପ୍ରାଣମ୍ୟ ମହାରଥୀ
ଉତ୍କଳ ଭାଷା ଭାରତୀ
ଘେନ ପ୍ରଣାମ ।
ଅଶ୍ରୁଳ ନୟନ ମୋର
ବନ୍ଦଇ ଚରଣ ତୋର
ଉତ୍କଳ ଧାମ ।
ଘେନ ମୋ ଶେଷ ପ୍ରଣାମ
ହେ ବୀର ସାହିତ୍ୟ ପ୍ରାଣ
ଏ ରଙ୍ଗମଞ୍ଚେ
ଦିଦାୟ ସିନା ଶରୀର
ସୃଷ୍ଟି ଅମ୍ଳାନ ତୁମର
ସୁଗନ୍ଧ ବିଞ୍ଚେ ।
ରଞ୍ଜନ କୁମାର ପଣ୍ଡା
କୋରାପୁଟ



0 Comments