କାଳିଆ ମୋହର - ଲଷ୍ମୀପ୍ରିୟା ପରିଡା



ଆଜି କାଳିଆକୁ ମୋର ଭୀଷଣ ଜର,
ସେବାରେ ତା ଲାଗିଛନ୍ତି କେତେ ଯେ ନର। ।

କେତେ ହେ ଲୀଳା ସେ ନ କରୁଛି,
ଜଗତ କର୍ତ୍ତା ହୋଇ ଜର ରେ ପଡିଛି ।

ଦେଖୁନ କେମିତି ଲୁଚି ସେ ବସିଛି,
ସାରା ଜଗତେ ଏଠି ହାହାକାର ପଡିଛି।

କଣ ନିଜ ଭକ୍ତ ର ପରୀକ୍ଷା ନେଉଛୁ,
ନା ଘରେ ରହି ତାର କଷ୍ଟ ବୁଝୁଛୁ।

କେବେ ତୁ ଶୁଣିବୁ ଏ ମିନତି ଆମର,
ଆଖି ପୁରାଇ ଦେଖିବୁ ଶ୍ରୀମୁଖ ତୋହର।

ଦର୍ଶନ ପାଇଁ ଆମେ ଚାହିଁବସିଛୁ,
ତୁ ଅଣସର ଘରେ ଲୁଚି ବସିଛୁ ।

ମଉଡ ମଣି ଆଜି ଜର ରେ ଶୋଇଛି,
ସତେ କେତେ କଷ୍ଟ ନ ପାଉଛି।

ତୋ ଫେରିବା ବାଟକୁ ଅନେଇ ବସିଛୁ,
ରତ୍ନସିଂହାସନେ ଦେଖି ସୁଖ ଟିକେ ଚାହୁଁଛୁ।


ଲଷ୍ମୀପ୍ରିୟା ପରିଡା
ୟୁନିଟ-୯ , ଭୁବନେଶ୍ୱର

Post a Comment

2 Comments

  1. ଅତି ସୁନ୍ଦର ଲେଖିଛନ୍ତି ଲକ୍ଷ୍ମୀ ଦିଦି🤗 , ଜୟ ଜଗନ୍ନାଥ 🙏

    ReplyDelete