ରକ୍ଷା ବନ୍ଧନ ସୂତାଟିଏ ନୁହେଁ
ଭଉଣୀ ସ୍ନେହର ନିଦର୍ଶନ
ରକ୍ଷା କବଚଟେ ଭଉଣୀର ଭାଇ
ଆମସଂସ୍କୃତି, କେତେ ମହାନ |
ଅତି ପ୍ରାଚୀନଏ ଆମ ଦେଶ ରୀତି
ଅନେକ ଦିନରୁ ଚଳିଅଛି
ଯୌଥ ପରିବାର ସ୍ନେହ, ଶ୍ରଦ୍ଧା, ପ୍ରୀତି
ଯୁଗଯୁଗ ଧରି ବିରାଜୁଛି |
ଦ୍ୱାପର ଯୁଗରେ ଦିନେ ଯାଜ୍ଞସେନୀ
କୃଷ୍ଣ ହସ୍ତେ ଡୋରୀ ବାନ୍ଧିଥିଲେ
ଦ୍ରୌପଦୀଙ୍କ ଲଜ୍ୟା ଫେଡିବାକୁ ପ୍ରଭୂ
ବସ୍ତ୍ର ଅବତାର ହୋଇଥିଲେ |
ସୁଖ, ଦୁଃଖ, ହାନୀ, ଲାଭ ଭଉଣୀର
ଭାଇ ତା କାନ୍ଧକୁ ନେଇ ଥାଏ
ବିପତ୍ତି ସମୟେ ସାହା ହୋଇ ତା'ର
ସବୁ ଆଖିଲୁହ ପୋଛିଦିଏ |
ରକ୍ଷା ବନ୍ଧନ ଭାଇଚାରା ପର୍ବ
ମାନିବାନି ଆମେ ଜାତି ଧର୍ମ
ସବୁ ମହିଳାଙ୍କୁ ଭଗ୍ନୀଭାବେ ଦେଖି
ରାକ୍ଷୀ ବାନ୍ଧିନେବା ହାତେ ଆମ |
ଭଉଣୀ ମୁଣ୍ଡରେ ହାତ ରଖି ଆଜି
ସର୍ବ ସୁଲକ୍ଷଣୀ ଦେବା କହି
ସ୍ନେହର ବନ୍ଧନ ଅତୁଟ ରହିବ
ବଞ୍ଚିଥିବାଯାଏଁ ଦୃଢ଼ ହୋଇ
ଶରତ ଚନ୍ଦ୍ର ପଣ୍ଡା,
ପ୍ରଧାନ ଶିକ୍ଷକ, ଡେଂଗାଡ଼ି, ଗଞ୍ଜାମ
ଫୋନ ନଂ - 9938693319



0 Comments