ଭାରତ୍ ମାତା - ପିଙ୍କୁ ରଣବିଡା




ସ୍ୱାଧୀନ୍ ଦେଶର୍ ସନ୍ତାନ କହେଲେ
ଲାଏଜ୍ ଲାଗ୍'ସି ମତେ,
କେଭେ ମୋର୍ ଦେଶ୍ ସ୍ବାଧିନ୍ ପାଏବା
ହେ କଥା ଭାବୁଛେ କେତେ। 

ଆଏଜ୍ ଭି ଟୁକେଲ୍ କିର୍'ଲଉ ଥିସି
କେଭେ ପାଏମି ସ୍ବାଧିନ୍, 
ସ୍ବାଧିନ୍ ଦେଶେ ପରାଧିନ୍ ରହୁଛେ
ଅନ୍ଧାର୍ ଲାଗ୍'ସି ଦିନ୍। 

ବେବିନା, ମନିସା ଆର୍ କେତେ କେତେ
ନାରୀ ବଳତ୍କାର ଡେଲି, 
ମୁନୁଷ୍ ମୁନୁଷ୍ ଭିତିରେ ଭେଦ୍'ଭାବ୍
ଏଛେନ୍ ଭି ଅଛେ ଚଲି। 

ଦେଶର୍ ଲାଗି ଯିଏ ଗରବ୍ ଆନୁଛେ
ତାହାକେ ଭାବୁଛନ୍ ହିନ୍ ,
ନିଜର୍ ପଏସାଥି ଘର୍ ବନାବାର୍'କେ
ନାଇନ ତାର୍ ସ୍ବାଧିନ୍ ।

ଅଲ୍'ଗା, ଅଲ୍'ଗା ଜାତି ବିହାଁହେଲେ
ଭଲ୍ ପାଇକରି ଯଦି,
ଏଛେନ୍ ଭି ସେ ପିଲା, ଟୁକେଲ୍'କୁ 
ଗାଁ'ନୁ ଦେଉଛନ୍ ଖେଦି ।
 
ଯିଏ ଦେଉଛେ ଦେଶ୍'କେ ଅରନ୍ ମୁଠେ
ସେ ମରୁଛେ ବିଷ୍ ଖାଇ, 
ବଡ୍ ବଡିଆ ଲୋକ୍ ଏସି, ଥି ସୁଇ
ବଡା ମାରୁଛନ୍ ହାଇ। 

ବଡ୍ ବଡିଆ କେ ଲୁନ୍ ମାଫ୍ ଆଏ
ଗରିବର ମୁଡେ ଛଡକ୍ ,
ସବୁବେଲେ ଅହରହ୍ ବେଙ୍କ୍ ବାଲା
କବାଟ୍ କରେ ଠକ୍,ଠକ୍  ।

ଖାଏବାର୍ ଲୋକ୍ ଖାଇ ଚାଲିଛେ
ସର୍'କାରର ସମ୍ପତି, 
ନିଜର୍ ଦେଶ୍'କେ ଛାଡି ପଲଉଛେ
ସର୍'କାରୀ ପଏସା ଲୁଟି  ।

ଆମର୍ ଦେଶ୍ ସ୍ବାଧିନ୍ ହେବାର୍'ଟା
ପଚଂସ୍ଥୋର୍ ବଛର୍ ହେଲା,
ଫେର୍ ଭି ଆମର୍ ଦେଶର୍ ଲୋକ୍'ମାନେ
ହେସନ୍ କେତେ ଗୁଲ୍'ଗୁଲା।

କେଭେ ଭାରତ୍ ମାତା ସ୍ବାଧିନ୍ ହେବା
କେଭେ ମିସିରହେମା ଗୁଟେ,
ସ୍ବାଧିନ୍ ଦେଶର୍ ସନ୍ତାନ କହେଲେ 
ଲାଏଜ୍ ଲାଗ୍'ସି ମତେ ।

ପିଙ୍କୁ ରଣବିଡା 
ଜିଲ୍ଲା -ସମ୍ବଲପୁର
ସ୍ଥାନ-ଠେମରା(ପଦରପଡା)
ଯୋଗାଯୋଗ ନମ୍ବର-811796267

Post a Comment

0 Comments