ଭୋଗିବାକୁ ତ ଧରେଇ ଦେଲ
ଭଙ୍ଗା ହୃଦୟର କଷ୍ଟ
ମିଛ ପ୍ରେମକୁ ପାଇବା ନିଶାରେ
ତମାମ ଜୀବନ ମୋ ଲୁହର ନଦୀରେ
ଏବେ କଣ ଏଡେଇ ପାରୁଛି
ମୋ ଅତିତ କୁ
କେମିତି ବଞ୍ଚିବି ଚିରକାଳ
ଶିଖେଇ ଦିଅ ଥରେ
ସ୍ବପ୍ନର ମଣିଷରୁ ତୁମେ ସିନା
ସାଜିପରିଲ ପ୍ରତାରକ ପ୍ରେମିକ
ପ୍ରେମର ଶବ୍ଦ କୁ ଖଣ୍ଡ ଖଣ୍ଡ କରି
ଶିଖେଇ ଦିଅ ମତେ ଥରେ
ବାଟ ଭାଙ୍ଗି ଚାଲିଯିବା
ପରସ୍ତ ପରସ୍ତ ଦୁଃଖକୁ
ଭୁଲିଯିବି
ହୁଏତ ଆଉଥରେ ଶିଖିଯିବି
ପ୍ରେମ
ନୂଆ ଆସାଟିଏ ବୁଣି
ଆଉ ଥରେ ମୁଠେଇ ନେବି
କାହା ଛଳନା ପ୍ରେମ
ପାଇବାର ଥିଲା ବହୁତ କିଛି
କିନ୍ତୁ ଭୋଗିବାକୁ ତ ତୁମେ
ଧରେଇ ଦେଲ
ମୋ ଭଙ୍ଗା ହୃଦୟ ର କଷ୍ଟ ।
କୀରଣ ମନୀଷା ମହାନ୍ତି
ପୁରୀ



0 Comments