ତୁମର ମୋର ସମ୍ପର୍କ ଡୋର
ସଦା ଅମ୍ଳାନ ଓ ନିରନ୍ତର
କେବେ ଦଣ୍ଡାୟମାନ ହେବନି ପ୍ରାଚୀର
ପିଣ୍ଡ ଥିବା ଯାଏଁ, ଏହି ଶରୀର
ଗୋଟିଏ ରକ୍ତ କୁ ଭାଗ କରିଛେ
ଏକ ଅଗଣା ରେ କେତେ ଖେଳିଛେ
ଭୂଲି ନାହିଁ ଭାଇ ସେଦିନ
ଏକ ଥାଳିରେ ଖାଇଛେ ଅନ୍ନ
ସହସ୍ର ମାଇଲ୍ ଦୂରରେ ରହି
ପ୍ରତି ମୁହୂର୍ତ୍ତେ ଝୁରୁଛି ଭାଇ
ପଣତ ପାତି ମାଗୁଛି ଭିକ୍ଷା
ଆମ ସମ୍ପର୍କ କୁ ଦେବ ସୁରକ୍ଷା
ତୁମ ରକ୍ତ କାନ୍ଦିଲେ ମୋ ରକ୍ତ କାନ୍ଦେ
ତୁମ ସ୍ମୃତି କୁ ସଦା ମୁଁ ବାନ୍ଧେ
ତୁମ ନିଶ୍ଵାସେ ସଦା ମୁଁ ଯୋଡ଼ି
ନଦେବ କେବେ ମନ ରୁ କାଡି
ଯାହା ଭଲମନ୍ଦ ଖାଇଲେ ମୁହିଁ
ତୁମ ପ୍ରତିମା ନେତ୍ରେ ଝଲସଇ
ରକ୍ତ ସମ୍ପର୍କ ର ଏ ପରା ରୀତି
ଭାଇ ଭଉଣୀ ର ଅମର ପ୍ରୀତି
ଦୁଇ ଭାଇ ମୋର ସ୍ନେହ ଭଣ୍ଡାର
ଆତ୍ମୀୟ ଭରା କଥା ତୁମର
ସୁଖ ଦୁଃଖ ରେ ବଢାଇ ହାତ
ନିଭାଇଛ ସଦା ଭାଇ ର ମହତ୍ବ
ପଠାଇଲି ରାକ୍ଷୀ, ମମତା ବାନ୍ଧି
ଦୂରୁ ପ୍ରଣାମୁଛି ମୁଁ କାନ୍ଦି କାନ୍ଦି
ଶୁଭାଶିଷ ର କଲ୍ୟାଣ ହାତ
ଥୋଇ ମୋ ଘରେ, ଚିନ୍ତ ମୋ ହିତ ।।
କଲ୍ୟାଣୀ ହୋତା
ପାରାବେଢା,ଶ୍ରୀରାମ ନଗର, ଜୟପୁର



0 Comments