ଝକେର - କୁମର ଲାଲ ରଣା




ଝୋ ଝୋ ଝକେର ପାଏନ  

ମାରୁଛେ ରହି ରହି l

ଉଛୁନା ତଳେ ଖଲ ଖଲ 

ପାଏନ ଯାଉଛେ ବୁହି l

ସକାଳୁ ସଞ୍ଜ ତକ ପିଚିର ପିଚିର 

ବର୍ଷା l

କାଏଁ ରେ ଝକେର ଇନେ ବର୍ଷୁଛ୍ହୁ 

ଆମର ହେଉଛେ ନିରାଶା l

ଝକେର ପାଏନ ମାରି 

କରୁଛେ ଝଡି l

ବିଜଳି ମାରି ବାଦଲନେ 

ହେଉଛେ ଘଡଘଡ଼ି l

ମାରୁଛେ ଧୁକା ହଲୁଛେ ଗଛ 

ପବନ ବନିଛେ ରାକ୍ଷସ 

ଉନନଚାଷ ମୂର୍ତି ଧରି 

ବଢ଼େଇ ଦେଉଛେ ବେଶ l

ଗଛ ଲତା ଘର ଦୁଆର 

ସବୁ ଯାଉଛେ ଭାଙ୍ଗି l

ଝକେରର କରାମତି ଝକା ଝକ 

ମାରୁଛେ ଆମର ଲାଗି l


କୁମର ଲାଲ ରଣା 

ମହୁଆ ଭଟା ନୂଆପଡ଼ା

Post a Comment

0 Comments