ଅନେକ ଦୂର - ଭାଗିରଥି ବାରିକ

ଯୋଉ ଆଖିଟା କେବଳ ମୋର୍ ହେଇଥିଲା
ମତେ ହିଁ ଦେଖୁଥିଲା
ମତେ ହିଁ ଖୋଜୁଥିଲା
ସେ ଆଖିରେ ଏବେ
ଆଉ କାହା ଛବି,
ଭାବୁଛି ଆସ୍ତେ ଆସ୍ତେ
ଆଖି ମୁଦି ଦେବି।।

ତୋର୍ ଓଠ ବି ତୋର୍ ନଥିଲା
ଗୋଟାପଣେ ମୋର୍ ହେଇସାରିଥିଲା
ମୋ ପାଇଁ ହସୁଥିଲା
ମତେ ହିଁ ଡାକୁଥିଲା
ସେ ଓଠ ଏବେ
ଆଉ କାହାର,
ଜୀବନ ଇ ତ ଜହର।।

ନାକ ତ ବିଲ୍ କୁଲ୍ ନୁହେଁ
ପ୍ରତି ମୁହୁର୍ତ୍ତରେ
ମତେ ଚିଡୁଥିଲା
ମତେ ରାଗୁଥିଲା
ସେ ନାକ ଏବେ
ଏକ୍ ଦମ୍ ଅଜଣା,
ପ୍ରେମ ତ କେତେ ଦିନୁ ବାଟବଣା।।

ତୁ ବି ତୋର୍ ନୁହଁ
ମୋ ଜୀବନ କହିଲେ
ତୋର୍ ପରିଚୟ,
ତୋ ପାଇଁ ଜୀଉଁଥିଲି
ତୋ ସହ ଚାଲୁଥିଲି
ଏବେ ତ ଆଉ କେ ବାଟୋଇ,
ସାଗର ଠୁ ଅନେକ ଦୂରରେ ନଈ।।


ଭାଗିରଥି ବାରିକ
ମୋ.୯୮୬୧୬୫୫୪୨୨

 

Post a Comment

0 Comments