ଘୋଡା ଛଅ ଟଙ୍କାକୁ ଦାନା ନ 'ଟଙ୍କା - ଅରୁଣ ମହାପାତ୍ର



କାହିଁକି ବଂଚିଛେ ଏଇ ଦୁନିଆରେ
ମୁଁ' ତ ବୁଝିପାରୁ ନାହିଁ କିଛି ହେଲେ।।

ସ୍ରଷ୍ଟାର ସୃଷ୍ଟି ସବୁ ଜୀବ ଏ ଧରାରେ
ନାହିଁ ମଣିଷର ସମୟ ଟିକେ ହେଲେ।। 

ବ୍ୟସ୍ତ ସର୍ବଦା ସେ କାହାପାଇଁ 
ମୁଁ ବୁଝିବି ଅବୁଝା ଆଜିଯାଏଁ।।

ଲୋଡ଼ା କାହିଁ ଆମର ଏତେ ଭୋଗ ବିଳାସ
ଶେଷେ କଣ ଭୁଲିଯିବା ଈଶ୍ୱରଙ୍କ ସବୁ ସର୍ତ୍ତ ?

ମନା ନାହିଁ କାହାକୁ ଦେବାଲାଗି ଭାବନାର ରୂପ ଓ ପ୍ରକାଶ
ଜ୍ଞାନ ଦୀପ ଜାଳି ଆମେ ତଥାପି ଅଜ୍ଞାନୀ ଦିନେ ହରାଇବା ସର୍ବସ୍ୱ।।

କାହାପାଇଁ ଏ ସୁନ୍ଦର ପୃଥିବୀର ସୃଷ୍ଟି
ଜାଣିବି ଅଜଣା ଗତି ଆମ ମାନଙ୍କର।।

ଭୁଲି ସବୁ ସ୍ୱଭାବିକତା କଥା ଆଉ କାମରେ ଆମର
କେଜାଣି କଣ ହେବ ଜାଣେ କିଏ ଏଇ ବସୁଧାର।।

ସ୍ଥିତି ଅଣାୟତ ହେଲାଣି ନାହିଁ ଟିକେ ହେଲେବି ଆମର ଶଙ୍କା
ଏବେ ଆମ ସ୍ଥିତି ନୁହେଁକି ଘୋଡ଼ା ଛଅ ଟଙ୍କାକୁ ଦାନା ନ ଟଙ୍କା।।

ତେଣୁ ଜାଗହେ ସବୁ ମାନବୀୟ ସମାଜ
ଯେଣୁ ପୃଥିବୀ ଧ୍ୱଂସର ଆମେ ସବୁ ଚୀଜ।।

   
ଅରୁଣ  ମହାପାତ୍ର

Post a Comment

0 Comments