ଶ୍ରୀ ଶ୍ରୀ ସଦଗୁରୁ - ଅନ୍ତର୍ଯ୍ୟାମୀ ସାହୁ



ଗୁରବେ ଗୌରଚନ୍ଦ୍ରାୟଃ ରାଧିକାୟେ ତଦାଳୟେ,
କୃଷ୍ଣାୟ କୃଷ୍ଣଭକ୍ତାୟ ତଦଭକ୍ତାୟ ନମୋନମଃ ।

ହେ ପରମପୂଜ୍ୟ ହେପରମ ଆରାଧ୍ଯ ପ୍ରାତଃ ସ୍ମରଣୀୟ ମଦୀୟ ଶ୍ରୀଶ୍ରୀ ସଦଗୁରୁ ଦେବଙ୍କର ଅଭୟ ରଚରଣାର ବିନ୍ଦରେ ଏ ଅଧମ ଅକିଞ୍ଚନ ସେବକର ଅନନ୍ତ କୋଟି ଭୂମିଷ୍ଠ ଦଣ୍ଡବତ ପ୍ରଣାମ । ଜୟଶ୍ରୀ ରାଧେ ।

ଆମ ଭାରତୀୟ ସନାତନ ସଂସ୍କୃତିରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ଵର, ଭଗବାନଙ୍କ ରୂପରେ ପୂଜା କରାଯାଏ । ସେଥିପାଇଁ ଗୁରୁଙ୍କୁ ଧ୍ୟାନ, କରିବା ସମୟରେ ଶିଷ୍ୟ 
"ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣ, ଗୁରୁଦେବ ମହେଶ୍ଵର:
 ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ " 
ବୋଲି ପ୍ରଣିପାତ କରିଥାଏ ।

ଗୁରୁଙ୍କୁ ନମଣିବ ନର,
ଗୁରୁ ଯେ ସାକ୍ଷାତେ ଇଶ୍ଵର । ।ଶ୍ରୀ ଭାଗବତ ।।

ଗୁରୁଙ୍କୁ ମନରେ କେବେହେଲେ ମନୁଷ୍ୟ ଜ୍ଞାନରେ ବିବେଚନା କରିବା ନାହିଁ । ଏହା ଭାବିବା ଦ୍ୱାରା ଆମର ଅପରାଧ ହୋଇଥାଏ । ଅପରାଧ ହେଲେ ଅପରାଧର କ୍ଷମା ନାହିଁ । ଗୁରୁ ଶିଷ୍ୟକୁ ଅଜ୍ଞାନ ରୁପକ ଘୋର ଅନ୍ଧକାରଠାରୁ ଉଦ୍ଧାର କରି ଆଲୋକର ଶିଖା ଦେଖାଇଥାନ୍ତି । ସ୍ୱୟଂ ନନ୍ଦନନ୍ଦନ ଭଗବାନ ଶ୍ରୀକୃଷ୍ଣ ଶ୍ରୀଗୁରୁ ରୂପରେ ଅବତୀର୍ଣ୍ଣ ହୋଇଥାନ୍ତି । ଗୁରୁ ହେଉଛନ୍ତି ଗୁଣର ଅତୀତ ଓ ରୁପରୁ ବର୍ଦ୍ଧିତ । ଏଣୁ ଭଗବାନ ଶ୍ରୀକୃଷ୍ଣ  କହିଛନ୍ତି ।

ମୁହିଁ ବସଇ ଗୁରୁଦେହେ,
ମୋ ତହୁଁ ଗୁରୁ ଭିନ୍ନ ନୋହେ । । ଶ୍ରୀଭାଗବତ ।

ନିଜର ଭଗବାନଙ୍କ ସେବାରେ କିଛି ତ୍ରୁଟି ହେଲେ: ତାହା ଗୁରୁଦେବଙ୍କୁ ଜଣାଇ ଆପଣ ସମାଧାନ କରିପାରିବେ । ଭଗବାନ ଆପଣଙ୍କର କିଛି ଅସୁବିଧା କରିପାରିବେ ନାହିଁ । କିନ୍ତୁ, ଯଦି ଶ୍ରୀଗୁରୁ ଶିଷ୍ୟ ପ୍ରତି ରୁଷ୍ଟ ହୁଅନ୍ତି ତାହେଲେ ଭଗବାନ ମଧ୍ୟ ରକ୍ଷାକରି ପାରିବେ ନାହିଁ। 

କୃଷ୍ଣରୁଷ୍ଟ ହୈଲେ ଗୁରୁ ରାଖିବାରେ ପାରେ,
ଗୁରୁରୁଷ୍ଟ ହୈଲେ କୃଷ୍ଣ ରାଖିବାରେ ନାରେ ।
(ଚୈ:ଚ: ମୃତ)

ଏଣୁ,ଆମେ ଗୁରୁଦେବଙ୍କ ସେବାରେ ହେଉ, ଗୁରୁଙ୍କ ବାଣୀରେ ହେଉ  ସଦା ସର୍ବଦା ସହମତି ପ୍ରକାଶ କରିବା ଓ ଗୁରୁଙ୍କ ପ୍ରତ୍ୟେକଟି ବାକ୍ୟ ମାନି ଚଳିବାକୁ ଚେଷ୍ଟା କରିବା ।

ଶିକ୍ଷାଗୁରୁ ଅନେକ,ଦୀକ୍ଷାଗୁରୁ ଏକ . . .

ଆମ ଜୀବନ କାଳରେ ଆମେ କିଛି ଶିକ୍ଷା କରିବା ପାଇଁ ଅନେକ ଗୁରୁ କରିଥାଉଁ । କିନ୍ତୁ ଆମର ପ୍ରଥମ ଗୁରୁ ହେଉଛନ୍ତି ଜନ୍ମଦାତା ଓ ଜନ୍ମଦାତ୍ରୀ । ତାପରେ ଆମର ଶିକ୍ଷାଗୁରୁ । ଏମିତିକି ଆମେ ବିଭିନ୍ନ ସମୟରେ ବିଭିନ୍ନ କାମ ଶିଖିବା ପାଇଁ ଗୁରୁ କରିଥାଉଁ । ଆଉ ଆମର ଜୀବନଚର୍ଯ୍ୟା ଭିତରେ ଅନେକ ଗୁରୁ ଆସିଥାନ୍ତି । ଏହା ପ୍ରାୟ ସମସ୍ତଙ୍କ ଜୀବନରେ ଆସିଥାଏ । କିନ୍ତୁ ଦୀକ୍ଷାଗୁରୁ ସମସ୍ତଙ୍କ ଜୀବନରେ ଆସନ୍ତି ନାହିଁ ।

ଜୀବନରେ ଦୀକ୍ଷାଗୁରୁ ନିହାତି ଆବଶ୍ୟକ । ଶାସ୍ତ୍ରରେ ପ୍ରମାଣ ଅଛନ୍ତି
 "ଗୁରୁବିନା ଭବନିଧି ତରଇନା କୋଇ "
ଏହି ଭବରୁପକ ସମୁଦ୍ରରୁ ଉଦ୍ଧାର ହେବ।ପାଇଁ ଦୀକ୍ଷାଗୁରୁଙ୍କର ଆବଶ୍ୟକ ଜରୁରୀ । 
ଗୁରୁଙ୍କର କୃପା ଯେତେ ଦିନ ପର୍ଯ୍ୟନ୍ତ ଶିଷ୍ୟ ଉପରେ ନ ପଡିଛି ସେତେଦିନ ପର୍ଯ୍ୟନ୍ତ ଶିଷ୍ୟର କୌଣସି ପ୍ରକାର ଉତ୍ତରୋତ୍ତର ଉନ୍ନତୀ ପରିଲକ୍ଷିତ ହୁଏନାହିଁ । ଏକାଧାରରେ ଗୁରୁ ହେଉଛନ୍ତି ମାତା , ପିତା, ପତିଠାରୁ ଉର୍ଦ୍ଧ୍ଵରେ । ଆଉ ବିନା ଗୁରୁରେ ଜୀବର ମୁକ୍ତି ନାହିଁ । ସ୍ୱାମୀ ନ ଥିବା ସ୍ତ୍ରୀର ଅବସ୍ଥା ଯାହା, ଗୁରୁ ନଥିବା ଶିଷ୍ୟର ଅବସ୍ଥା ଠିକ୍ ସେଇଆ ।
ଗୁରୁ ମାତା ଗୁରୁ ପିତା ଗୁରୁହନପତି,
ଗୁରୁ ବିନା ଏ ସଂସାରେ ନାହିଁ ଆନଗତି । ଚୈ: ଚ଼: ମୃତ । 
ଆମରି ସମାତନ ଶାସ୍ତ୍ରରେ ଅନେକ ପ୍ରମାଣ ଅଛନ୍ତି । ଇନ୍ଦ୍ର, ଚନ୍ଦ୍ର, ଠାରୁ ହର -ବ୍ରହ୍ମା ପର୍ଯ୍ୟନ୍ତ। ଶ୍ରୀରାମ, ଶ୍ରୀକୃଷ୍ଣ ଭଗବାନ ମଧ୍ୟ ଗୁରୁ କରିଥିଲେ । ଏଣୁ ଆମେ ଶାସ୍ତ୍ର ପ୍ରମାଣ ଭିତିକ ଅନୁସାରେ ଜୀବନକାଳ ମାତ୍ରରେ ଥରୁଟିଏ ଦୀକ୍ଷାଗୁରୁ କରିବାପାଇଁ ଚେଷ୍ଟା କରିବା । ସେ ଚତୁଃସଂପ୍ରଦାୟ ଭିତ୍ତିକ ହୋଇଥିବା ଆବଶ୍ୟକ । ଗୁରୁ ବିଷୟରେ ଅନେକ ତଥ୍ୟ ଅଛି କିନ୍ତୁ ଏଠାରେ ସବୁ ପ୍ରକାଶ କରି ନାହିଁ ।

ଏଣୁ ସମସ୍ତଙ୍କୁ ନିବେଦନ କରିବି ଯେଉଁମାନେ ବିନା ଗୁରୁଦୀକ୍ଷାରେ ଅଛନ୍ତି ସେମାନେ ତାଙ୍କ ଜୀବନ କାଳ ଭିତରେ ଗୁରୁଟିଏ ନିଶ୍ଚୟ କରିବେ । ଏବଂ ନିଜର ଗତିକୁ ସରସ ସୁନ୍ଦର କରିବେ ବୋଲି ବିଶ୍ଵାସ ରଖୁଛି ।

ଜୟ ଶ୍ରୀସଦଗୁରୁ ଦେବ🙏
ଜୟଶ୍ରୀ ରାଧେ🙏

ଅନ୍ତର୍ଯ୍ୟାମୀ ସାହୁ
ପଲମ/ନର୍ଲା/କଳାହାଣ୍ଡି

  


Post a Comment

0 Comments