ମାଏଟ ମା - ପୂର୍ଣ୍ଣିମା ପଣ୍ଡା



ଜନନୀ ମୋର ଜନମ ମାଏଟ୍ ,ସରଗ ଠାନୁ ବଡ ।  ଝାର ଜଙ୍ଗଲ ପାହାଡ ପରବତ ଘେରା,ନଏଦ, ନାଲ, ଝରନ ଥି ପୁରିଛେ ମୋର ମାଏଟ୍ ମାଁ। 
 ମାଁ ଆମକୁ  ଜନମ ଦେଇଛେ ହେଲ, ମାଏଟ୍ ମାଁ  ଆମକୁ ତାର ଛାତି ନେ ଧରି ଲାଲନ ପାଲନ କରୁଛେ। ତାର କୁଲେ ବଢିକରି ଆଏଜ  ନିଜର ମାନ୍ ସନମାନ କେ ରଖି ପାରୁଛୁଁ । ସେ ସର୍ ବ ସହନି ପାଲନ କର୍ ନି। ସେଥିର ଲାଗିତ ତାର ନାଁ ଟା ବିଶମ୍ଭରା, ଜଗତ୍ ପାଲିନି ଆଏ। 

ଗରିବ୍ ଦୁଖି ସବ୍ କର ଲାଗି ତାର ଅଟଁ ସବୁବେଲେ ପୁରିଛେ।  ଜଙ୍ଗଲ ପାହାଡ ଥି କେତେ ଖନି ଖଜନା ଅଛେ।  ମାଏଟ୍ ମାଁ ତାର ଛୁଆର ପେଟ କେବେବି ଭୁକେ ନି ରଖେ। ଗଛ ପତର ଭରା ତାର ଛାତି ଫଲ୍ ମୁଲ୍ ଥି ପୁରିଛେ। ଖାଲିଯେ ପେଟ କେ ପୁରୋଉଛେ ସେକଥା ନୁହେଁ, କେତେ ପରକାରର୍ ଉଷୋ କଷା ଦେଇକରି ମୁନୁଷ୍ ଆରୁ ତାର ଜିବ୍ ଜଗତ୍ ର ଜତନ୍ କରୁଛେ । ବିରାଟ ସାଗର ମହାସାଗର କେ ଧାରନ କରି ପରକୁତିର ଭାର କେ ସମ୍ ତୁଲ କରି ରଖିଛେ। ସାରା ସଁସାରେ ଯେତେ ଯେତେ  ଜିବ୍ ଯନ୍ତୁ ରହିଛନ୍ ସବ୍ କର  ବିକାଶଥି ତାରଦାନ ଅମୁଲେମୁଲ୍  ଆଏ ।ମାଏଟ ମାଁ ର ଛାତି ଉପରେ ଜଗତର ସବୁ ଜିବ୍ ଆଶ୍ରେ କରି ନିଜର ଜିବନ୍ ଜିଇଁସନ୍ ସେଥିଲାଗିତ ସେ ଆମର ମାଁ ଆଏ। 

           ଦିନ ଥିଲା ମାଏଟ୍ ମାଁ ର ଲାଗି ଲୁକେ ଲଢି ଯାଉ ଥିଲେ,
ଧନ୍ ଦରବ୍ ମାନ୍ ସନ୍ ମାନ୍ ସବୁକେ ତାରଲାଗି ଲଗେଇ ଦଉଥିଲେ । ଆଜି ଯୁଗ୍ ବଦଲିଲା ଲୁକେ ବି ବଦଲିଲେ। ଲୋକ୍ ବିଜ୍ଞାନର ବଢତିକଲେ। ତାକେ ଭିନ୍ ଭିନ୍ କାମେ ଲଗାଲେ।ଯେନ୍ ଟା  ନି ଯାନିଥାଇ ଯାନଲେ । ସାରା ଜଗତ ବାବଦ୍ ରେ କେତେ ନୂଆଁ ନୂଆଁ କଥା ଶିଖଲେ ।ଧିରେଧିରେ ଲୁକର ମନ୍ ବଦଲିଲା ,ମାଏଟ୍ ମାଁର ଲାଗି ମନ୍ ରଭାବ ବି ବଦ୍ ଲି ଗଲା। ଯେନ ମାଏଟ୍  ସେ ମାନକର ଦିନେ ସବୁକିଛି ଥିଲା ପଛେ କଛି ବି ନି ରହେଲା ନିଜର ଲାଭର୍ ଲଗି ଭିଡାକସା ଚାଲ୍ ଲା। ଆଘୋ ସବ୍ କର ସ୍ୱାର୍ଥ ର ସୁରକ୍ଷା କେ ଦେଖା ଯାଉଥିଲା ହେଲେ ଏବେ ଖାଲି ତାକର ଲାଭ ହିସାବ ହେଲା। 
ନିଜର ବଢତି ଥି ଉସତ୍ ଲାଗଲା। ପାସରି ଗଲେ କେନୁ ସେମାନେ ଆଏଲେ ବଲି। ମାଟିର ବଢତି ଆରୁ ଛିଡତି ଥି ଯେ ମନୁଷ୍ କେ ନଷ୍ଟ ଆରୁ ଭଲ୍ କରବା ବଲି। ମାଏଟ୍  ଉପରେ ନିଜର ଲାଭ ର ଲାଗି ଭିନ୍ ଭିନ୍ ପରକାରର୍ ପ୍ରୟୋଗ ଚାଲ୍ ଲା। ଯେନ ମାଏଟ୍ ର ଲାଗି ଆମେ ଦିନେ ଜିବନ ଥିଲା, ଯାର ଲାଗି ଜିବନ୍ କେ ବାଜି ଲଗେଇ ଦେଇଥିଲୁଁ, ଆରୁ ତାହାକେ ମୁକ୍ତ କରିଥିଲୁଁ । ସେ ମାଏଟ୍ ମାଁ କେ ପାଶରି ଗଲେ।  ତାହାକେ ଫେର୍ ବନ୍ଧନ  ଦେବାର୍ କେ ବି ନି ପଛାଲେ। 

   ସତ୍ ସବୁଯୁଗେ ଅଛେ। ସତିଆ ବି ଅଛନ୍। ମାଏଟ୍ ମାଁର   ଯଶ ଗୁନ୍ ବଢତି ଲାଗି ଭିନେ ଭିନେ କାମ କରି ତାର ନାଁର ଟେକ୍ କେ ରଖୁଛନ୍।
 କଲା, ଗିତ, ଜ୍ଞାନ,ବିଜ୍ଞାନ,ଚିକିତ୍ସା,ସଵୁଥି ସେମାନେ ତାଁକର ମାଁର ନାଁ କେ ସାରା ଜଗତ୍ ଥି ଉଁଚା କରୁଛନ୍ । ଏଟ୍ ମାଁ ର ଆମେ ଜତନ୍ କରବାର କଥା। ତାର ସନ୍ ମାନ୍ ହିଁ ଆମର ସନ୍ ମାନ୍ ଆଏ। ସେ ସବୁବେଲେ ଆମର ଅଭିମାନ୍ ଆଏ। ଜିଏ ନିଜର ମାଟିର ଠିକ୍ ରଖାସୁନା କରସି ତାର ମାଏଟ୍ ର ମହତ୍ ଯୁଗେଯୁଗେ ରହେସି। ତେଣୁକରି କହେସନ- 
"ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନୀ ଗଣରେ ଗଣିବ ଅଜ୍ଞାନ ରହିବେ କାହିଁ" ।ଜଏ ମୋର ମାଏଟ୍ ମାଁ ର ଜଏ। 
                    ପୂର୍ଣ୍ଣିମା ପଣ୍ଡା
                   ପେଲେସ ଲାଇନ
                      ବଲାଙ୍ଗୀର

Post a Comment

0 Comments