ଟୁକେଲ୍ ଗୁଟେ ମିଲସି ସତେ
ଶହେଟା ଭାଗ୍ୟର ବଳେ
କୁଟି ଜନମର ପୁଇଁନରେ ଯାଇ
ମାହାପ୍ରୁ ଦେସନ କୁଲେ।
କେତେବେଳେ ଝି କେତେବେଳେ ମା
କେତେବେଳେ ବହେନ୍ ହେସି
ପତ୍ନୀ/ପ୍ରେମିକା ହେଇ କରି ସେ
ସୁଖେ ଦୁଃଖ ସାଙ୍ଗେ ଥିସି।
ନିଜର ଲୁକର୍ ଖୁସିର୍ ଲାଗି ସେ
ସବୁ ଦୁଃଖକେ ସହି ଯାଏସି
କେଭେ ନାଇଁ କହେ ମନର କଥାକେ
ମନ ଭିତରେ ଏକା ମାରି ଦେସି।
ଆକାଶେ ଉଡବାର୍ ସପନ ଥିଲେ ଭି
ଡେନା କାଟି ଦେସନ୍ ତାର୍
ପରମ୍ପରାର ରଶି ଗୁଡେ ବାନ୍ଧି କରି
ଜୀବନ କରସନ୍ ଛାରଖାର।
ଅନ୍ଧାର ଭିତରେ ଉକିଆ ଜନ୍ ସେ
ନାଇଁ ପାରନ୍ ତାକେ କିହେ ଵୁଝି
ସେନହୋ ମମତାର ଝରନ୍ ଆଏ ସେ
ନାଇଁ ହୁଏ ତାର ଋନ୍ ଶୁଝି।
ଟୁକେଲ ଗୁଟେକେ ହୀନ୍ ଭାବିକରି
ନାଇଁ କରବ ଅନିଏ କେଭେ
ତାର ବିନା ଇ ସଂସାର ବି ଅସାର୍
ମନେ ରଖିଥିବ ସଭେ।
ମଞ୍ଜୁ ରାଣୀ ବେହେରା
ମେଣ୍ଡା, ସୁବର୍ଣ୍ଣପୁର।



0 Comments