କିଏ୍ ବୁଝ୍ ବାରେ ଟୁକେଲ୍ ମନର୍ କଥା
ନାଇଁ ପାରେ ସେ କହି
ଗୁମୁରୀ ଗୁମୁରୀ କାନୁ ଥିଲେ ବି ସେତ୍
ଚୁପ୍ ଚାପ୍ ଥିସି ରହି ।।୧
କେତେ ଯେ ସପନ୍ ଦେଖ୍ ସି ରେ ସତେଁ
ନାଇଁ ହୁଏ କେଭେଁ ପୁରା
ବଏଷ୍ ବଢିଗଲେଁ ମୋର୍ ମା ବୁଆ
କରସନ୍ ମୋତେ ଦୁରିଆ।।୨
ମନ୍ ଆରୁ ପରାନ୍ କାନୁଥିଲେ ବି ଗା
ନାଇଁ ବୁଝି ପାରନ୍ ମତେ
ପଏସା ବାଲା ବଲିଁ ଧରେଇ ଦେସନ୍
ବୁଢା ଘଏତାର୍ ହାତେଁ ।।୩
କେଡେ ହିନ୍ ମାନ୍ ଟୁକେଲ୍ ଜୀବନ୍ ଟା
କିଏ ବୁଝ୍ ବା ଗୁଲଗୁଲା
କହି ନାଇଁ ହେଲା ସହି ନାଇଁ ହେଲା
ସାସ୍ ଘରେ ଜୀବନ୍ ଗଲା।।୪
ଟଁଟି ଚିପିକରି ଗଛେ ଉଲେଇ ଦେଇ
କହେସନ୍ ମରି ଗଲା
ଛୁଚେ କେ କାଏଁ ଦୋସ୍ ଆମେ କଲୁଁ
ଆମ୍ କେ ଛାଡି ଗଲା ।।୫
ଅଏଲତା ଗାର୍ ଗୁଡୁଁ ନାଇଁ ମେଟି ଆରୁ
ଜଉତୁକ୍ ଲାଗି ଦେଲେ ମାରୀ
ଘଏତା ମୋର୍ ପର୍ ବୁଧିଆ ଭେଁଡିଆ
ତାକର୍ କଥାକେ ଧରି ।।୬
ସାସ୍ ସସୁର୍ ନନଦ୍ ସଭେ ଏକ୍ ହେଇ
ଭେକ୍ ଦେଖେଇ କାଁଦଲେ ।
ବଡା ଅଲାଜୁଗିଆ ମୋର୍ ମୁନୁଷ୍ ଗଣିଁଆ
ଆଏଁଖ୍ ଥଉ ଅନ୍ଧା ହେଲେ।।୭
କାଏଁ କରମି ମୋର୍ କରମ୍ ଟା ଫଟା
ମୁନୁଷ୍ ଦିହେଁ ପିଶାଚ୍ ଘର୍ ।
ଟଁକା ସୁନା ରୂପା ଲୁଭେଁ ପଡି ଜୀବନ-
ସାଥୀକେ କଲା ଅନ୍ତର୍ ।।୮
✍️,ଦିଲେଶ୍ ମେହେର
ବିଜେପୁର ବରଗଡ଼
ମୋ/ ୮୬୫୮୨୧୫୮୫୯



0 Comments