ହେ ଲୌହମାନବ ଜାତିର ଗୌରବ
ଅଖଣ୍ଡ ଭାରତ ଅଲିଭା ଜ୍ୟୋତି,
ହେ ମହାମାନବ ମହା ଅନୁଭବ
ତୁମ ଜୟଗୀତି ଗାଏ ଧରତୀ।
ତୁମେ ଭାରତର ମହା ଜନତାର
ଏକତା ମନ୍ତ୍ରର ଦିବ୍ୟ ସାଧକ,
ଏକାତ୍ମ ପ୍ରୟାସ ଅଦମ୍ୟ ସାହସ
ଯୁଗ ରଚିଗଲ କରିଲ ଏକ,
ଆଜିର ଭାରତ ତୁମରି କୃତୀତ୍ୱ
ନ ରଖିଲ ଭୀତି ପାତିଲ ଛାତି,
ହେ ଲୌହମାନବ ମହା ଅନୁଭବ
ଅଖଣ୍ଡ ଭାରତ ଅଲିଭା ଜ୍ୟୋତି।
ଆଣିଲା ପ୍ରମାଦ ହାଇଦରାବାଦ
ଜୁନାଗଡ଼ ଦେଲା ବଳ ଦେଖାଇ,
ଶେଷ ପରିଯନ୍ତ ରହିଲା ଆଜାଦ
କାଶ୍ମୀର ଭାରତେ ମିଶିଲା ନାହିଁ।
ଶକତି ପେଶିଲ ବଳେ ମିଶାଇଲ
ଜୁନାଗଡ଼ ଆଉ ହାଇଦ୍ରାବାଦ,
ପାକିସ୍ତାନ ଡରେ କାଶ୍ମୀର' ଚୁକ୍ତିରେ
ମିଶିଲା ଭାରତେ ମଣି ପ୍ରମାଦ,
ଚୁକ୍ତିରେ କାଶ୍ମୀର ହେଲା ଭାରତର
ଉଣେଇଶ ଅଠଚାଳିଶି ନୀତି,
ହେ ମହାମାନବ ମହା ଅନୁଭବ
ତୁମ ଜୟ ଗୀତି ଗାଏ ଧରତୀ।
ସାହସ ଶକତି ଭବ୍ୟ ଅନୁଭୂତି
ପ୍ରୟୋଗେ ଭାରତ ପାଇଲା ଶକ୍ତି,
ତୁମ ଜୟ ଗୀତି ଗାଏ ଏହି ଜାତି
ସୁମରେ ପ୍ରେମରେ କରେ ପ୍ରଣତି।
୯୫୮୩୪୩୮୧୭୪



0 Comments