ଟୁକେଲ - ଯଶୋଦା ମାଝୀ

ଟୁକେଲ୍
*********
ଦିନ୍ ବି ଥିଲା ଏନ୍ତା ,ମୁନୁସ୍ ସମାଜେ ,
        ଟୁକେଲ୍ ଟେ ଜନମ୍ ହେଲେ,
              ଲୋକ୍ ଶହେ ଗାଈ ଦାନ୍ କରୁଥିଲେ ll

ଦିନ୍ ବି ଥିଲା ଏନ୍ତା ,
   ଟୁକେଲ୍ ଟେ ଜନମ୍ ହେଲେ
         ପୁଇଁନ୍ ଅର୍ଜନ୍ କଲୁ କହୁ ଥଲେ ll

ଦିନ ନ୍ ବି ଥିଲା ଏନ୍ତା,
     ଟୁକେଲ୍ ଟେ ଜନମ୍ ହେଲେ,
          ମା ଲକ୍ଷ୍ମୀ ଘର୍ କେ ଆସିଛେ ବଳି ମାନୁଥିଲେll

ସତରେ ଇ ଟୁକେଲ୍ ଟେ ବି ,
      କେତେ ଭାଗ୍ୟ କରି ଥିଲେ 
               ବାପ୍ ମା କେ ମିଲ୍ ସି ll
   
   ମା ବାପା ତ ଝି ଟେ ଥିଲେ ବି       
            ପୋ ' ଗୋଟେ ଖୁଜ୍ ସନ୍
                    ସାହାରା ଦେବା ବଳି ll
 
 ହେଲେ ପୂରୁବ୍ ଯୁଗ୍ ନୁ ଅଛେ
                 ଝି ବି ବାପ୍ ମା' ଲାଗି 
                           ସବୁ କରି ପାର୍ସୀ ll

ଘର୍ କାମ୍ ଠାନୁ ବାହାର୍ କାମ୍
      ପାଠ୍ ସାଙ୍ଗେ ସାଙ୍ଗେ ସାଠ୍
             ସବୁ କାମ୍ ତା'ର୍ ଲାଗି ସହଜ୍ ଲାଗ୍ ସି ll

ବାପ୍ ମା ଠାନୁ ସାସ୍ ଶଶୁର୍
     ଲୋକ୍ ବାକ୍ ଠାନୁ କୁନୁଆ
        ସବ୍ କେ ସେ ଆପଣାର୍ ମାନ୍ସି ll

ଦୁଇ କୁଲ୍ ର ମଙ୍ଗଲ୍ ଲାଗି 
      ନିଜର୍ ଖୁସି କେ ବି ସେ ,
          ଜାଳି ଦେଶୀ ପରିବାର୍ ଲାଗି ll


ଯଶୋଦା ମାଝୀ
ନୂଆପଡା 

Post a Comment

0 Comments