କୁର୍ ଲି କୁର୍ ଲି ହସ୍
ତହଁକା ତହଁକି ଦୁଇ ସଉତେନ୍
ବାଲ୍ ଘିଚାଘିଚି ମାଡ୍
ଘଏଁତା ଵିଚ୍ ରା ସର୍ ମି ଗଲା
ଦେଖି ଦେଇକରି ନାଟ୍
ଜୁଡା ମାଏଝି ପାଇଛଁ ବଲି
ଉସତ୍ ଥିଲା ମନ୍
ନାଟ୍ କିର୍ତନେ ମୁର୍ ଝି ଗଲା
ବୁଡିଗଲା ଚେତା ତନ୍
ଦବ୍ ଡି ଆଏଲେ ବଡ୍ ସାନ୍ ଦୁହେଁ
ଘିଚି ଦେଲେ ଗୋଡ୍ ହାତ୍
ଟୁଁଣେ ହାତ୍ ଛାପି ଦେଇଛେ ଜନେତ
ଆର୍ ଜନେ ଛାପେ ନାକ୍
ଉକୁବୁକୁ ହେଇ ଯଉଛେ ବିଚ୍ ରା
ନିଷାଶ୍ ନି ପଡେ ଛାତି
ଠେଲେଇ ପେହ୍ଲେଇ ଉଠ୍ ଲା ଘଁଏତା
ବିଗଡି ଗଲାତାର୍ ମତି
ମେର୍ ହା ପାହାରୁନ୍ ଯାହା ପାଏଲା
ପକେଇ ଦେଲା ମାଡ୍
ଗୁଡ୍ ତଲେ ପଡି ଦୁଇ ସଉତେନ୍
ହେଲେ ବହନିର୍ ଲାଡ୍
ପୂର୍ଣ୍ଣିମା ପଣ୍ଡା
ପେଲେସ ଲାଇନ
ବଲାଙ୍ଗୀର



0 Comments