ଶୁଭ ଗଣତନ୍ତ୍ର ଦିବସ - ପ୍ରେମ୍ କବି ଜଗବନ୍ଧୁ ସାହୁ




ଗଣତନ୍ତ୍ର ଆଜି     ରଣତନ୍ତ୍ର ଏଠି
     ପଇସାରେ କିଣା ବିକା
ପଦବୀକୁ ଥରେ  ପାଇଗଲା ପରେ
       ନଥାଏ ନେତାଙ୍କ  ଦେଖା ।

ଅର୍ଥ ବଳେ ଏଠି    ଅନର୍ଥ ହୁଅଇ
      ନାହିଁ ଧର୍ମ ନାହିଁ ନ୍ୟାୟ
ଧର୍ମ ବାହାନାରେ    ଅର୍ଥ ବଳେ ଏଠି
         ଅଧର୍ମିର ହୁଏ ଜୟ। 

ଧର୍ଷଣ ଲୁଣ୍ଠନ   ଚାରି ଆଡେ ଆଜି
         ଭୁଲି ସମ୍ବିଧାନ ମନ୍ତ୍ର
ତଥାପି ପାଳୁଛେ     ତ୍ରିରଙ୍ଗା ଉଡାଇ
        ଆଜି ଏଇ ଗଣତନ୍ତ୍ର। 

ଜାଗ ଜାଗ ମୋର   ଭାଇ ବନ୍ଧୁ ସଖା
        ଜାଗ ଏ ଦେଶ ଜନତା
ଦୁର୍ନୀତି ଫାଶକୁ   କାଟି ଦେବା ପାଇଁ
       ହୋଇବା ଆସ ଏକତା। 

ନୋଟ୍ ପାଇଁ ଆମେ ଭୋଟ ନ ଦେଇ
      ଦେଶ ହିତେ ଦେବା ଭୋଟ
ତେବେ ଯାଇ ଏଇ  ଦୁର୍ନୀତି ଖାତା
        ହିସାବ ହୋଇବ ଛୋଟ। 

ଶୁଭ ଗଣତନ୍ତ୍ର   ଶୁଭେଚ୍ଛା ମୋ ଘେନ
       ହେ ଭାରତବାସୀ ମୋର
ପାଳ ଏ ଦିବସ       ଗର୍ବର ସହିତ
       ମନୁ କରି ହିଂସା ଦୂର ।।

ପ୍ରେମ୍ କବି ଜଗବନ୍ଧୁ ସାହୂ
     ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ

Post a Comment

0 Comments