ଭୁବିଶ୍ - ସରୋଜ କୁମାର ଆଚାର୍ଯ୳


ଜନମ୍ ହେଲେଁତ ମରନ୍ ଟେ ହେସି
ଇଟାତ ବିଧିର୍ ବିଧାନ୍ ,
ମାହା ପୁରୁ ଗଢିଛେ ସମ୍ କୁଁ ଯାକର୍
ତାର୍ ଲାଗି ଜନମ୍ ମରନ୍ ।।

ଜନମ୍ ହେଲେଁ ଝନେଁ ଜନମ୍ ଦିନ୍
ମାନ୍ ସନ୍ କରି ଭୁବିଶ୍ ,
ମରି ଗଲେଁ ଝନେଁ ହୋ କେତେରକମ୍
କର୍ ସୁଁ ତାହାକେ ଭୁବିଶ୍ ।।

ମରି ଗଲା ପରେଁତ ମିଠି ଖାଏସୁଁ
ଦସା କାମ୍ କାରଜ୍ କର୍ସୁଁ ,
ଛେଲ୍ ମେଲ୍ ଛା ବୁକା ଗର୍ ରା ମାରି
ସିକାର୍ ତୁନ୍ ହୋ ଖୁଆସୁଁ ।।

ଛୋଟ୍ ବଡ୍ କରି ପଟେ ଧରିକରି
ଗଦେ ଲୋକ୍ ଧରିଁ ଯାଏସୁଁ ,
ସୋଜ୍ ହେଲେଁ ସେନ ଆଏଁଖ୍ ଲହତ
କାନ୍ଦି ନେଇଁ ସଭେ ବୁହାସୁଁ ।।

ମଲା ଲୋକ୍ ଟାତ ମରି ଯାଏସି ହୋ
ସେ ଆର୍ କାଏଁତ ଫିର୍ ବା,
ସମାଜର୍ ଡର୍ ହେଁ ଅନ୍ଧ୍ ବିଶ୍ବାସେଁତ
ନେଇଁ ମାନି କିଏ ଯେ ଚଲ୍ ବା ।।

ସରୋଜ କୁମାର ଆଚାର୍ଯ୳ ,
ବୁରୋମାଲ,ବିଜେପୁର,ବରଗଡ ।

Post a Comment

0 Comments