ଖେଳନା - ସୁବାସିନି ସାମଲ

ମଣିଷ ତ ହାତ ଗଢ଼ା
   ଏକ ମାଟି କଣ୍ଢେଇ |
କାହା ହାତର ଖେଳନା
କେତେବେଳେ, କେଉଁ ମୁହୂର୍ତ୍ତ ରେ
     ହୋଇଯିବ ଚୁନା ଚୁନା |
ସମ୍ପର୍କ ର ମାୟା ବନ୍ଧନରେ
  ସେ ଛନ୍ଦି ବାନ୍ଧି ହୋଇ ରହିଛି |
ସେ ମାୟା ଜାଲ ର
    ସୂତା ଖିଅ ଟା ବି
ଭାରି ଅଡୁଆ ସାଜିଛି  |
ହା୍ର ଜିତ ର ଖେଳ ରେ
  ସଂଘର୍ଷ କରି ଚାଲିଛି  |
ତା ଜୀବନ ଟା ଆଜି
   ନିକିତି ଫାଶ ରେ ଝୁଲୁଛି |
ମଣିଷ ତ ହାତ ଗଢ଼ା
  ମାଟି କଣ୍ଢେଇ
କାହା ହାତର ଖେଳନା ସାଜିଛି |


ସୁବାସିନି ସାମଲ 
ବଣିଆପାଳ, ବିଂଝାରପୁର, ଯାଜପୁର 
ବରୁଣେଶ୍ୱର ମହାବିଦ୍ୟାଳୟ ର ଛାତ୍ରୀ 

Post a Comment

0 Comments