ଭାଷାଟି ମୋହର କେତେ ଯେ ମଧୁର
ନାହିଁ କେ ତାର ତୁଳନା,
ଓଡ଼ିଆ ଭାଷାର ମହତ ଯେ କେତେ
ଏକା ଓଡିଆଙ୍କୁ ଜଣା ।
କେଡେ ମିଠା ତାର ସୁମଧୁର ବାଣୀ
ମନକୁ ସେ ମୋହିନିଏ ,
ଶାସ୍ତ୍ରୀୟ ମାନ୍ଯତା ପାଇ ସେହି ପୁଣି
ଜଗତେ ବିଖ୍ଯାତ ସିଏ ।
ଉଚ୍ଚାରଣ ଅଟେ ସୁରମ୍ୟ ସଂଭ୍ରମ୍ଯ
କୋକିଳର ବାଣୀ ସମ ,
ସୁନ୍ଦର ରୁପରେ ମନ ମୋହିନିଏ
ବୁଝାଏ କଥାର ମର୍ମ ।
ଆନନ୍ଦ ବିଷାଦ ଭାବ ମନେ ଯେତେ
ସ୍ଫୁରିତ ଆପେ ହୁଅଇ ,
ହୃଦୟ ସ୍ପନ୍ଦନ ଭାଷାଟି ମୋହର
ହୃଦୟରୁ ପ୍ରକାଶଇ ।
ମୋ ଭାଷାରେ କେତେ ଛାନ୍ଦ ଚଉପଦୀ
କେତେ ପୁଣି ଚମ୍ପୁ ଲେଖା,
ମୋ ଭାଷାର ଯେଉଁ ସେନେହ କରୁଣା
କାହିଁ ନ ମିଳିବ ଦେଖା ।
ମାତୃଭାଷା ମୋର ଅଟଇ ମହାନ
ଗର୍ବିତ ଓଡ଼ିଆ ଜାତି,
ମାତୃଭାଷା ପ୍ରୀତି ମୋ ମନେ ଜାଗ୍ରତ
ଗର୍ବେ ଫୁଲିଉଠେ ଛାତି।
ବୈଜୟନ୍ତିମାଳା ରାଉତ
ଶାସନପଦା
ନିଆଳି
କଟକ



0 Comments