ଆମ ମାତୃଭାଷା - ଯଶୋଦା ମାଝୀ



ଏନ୍ତୁଡ଼ିଶାଳର କୁଆଁ କୁଆଁ କାନ୍ଦ
କରିଥିଲା ଲୋକହସା...
ମୋ ଗାଆଁ ମାଟି ମୋ ମାଆଠାରୁ
ଶିଖିଲି ମୁଁ ମାତୃଭାଷା ll

ଖନେଇ ଖନେଇ କଥା ମୁଁ କହିଲି
ଶିଖିଲି ମୁଁ ଶବ୍ଦ କେତେ...
ଓଡିଶା ମାଟିର ଝିଅଟେ ଭାବିଲେ
ଗର୍ବ ଲାଗେ ଭାରି ମତେ ll

ମିଠା ଠାରୁ ମିଠା ମୋର ମାତୃଭାଷା
ଝରେ ଅମୃତର ଧାର...
ମାଁ ଶବଦ ତ ଆହୁରି ମଧୁର
ନୁହେଁ ଗୋଟିଏ ଅକ୍ଷର ll

ଦିଏ କେତେ ଜ୍ଞାନ ଭଣ୍ଡାର ଆମକୁ
ଦିଏ କେତେ ସ୍ନେହ ପ୍ରେମ...
ମାତୃଭାଷା ପଦେ କହି ଦେଲେ ଓଠେ
ଦେହେ ପଶିଯାଏ ପ୍ରାଣ ll

ମୋ ପ୍ରିୟ ଜନନୀ ଉତ୍କଳ ମାଟି
ମୋ ପ୍ରିୟ ଓଡିଆ ଭାଷା...
ରଖିଲେ ଓଡ଼ିଆ ଭାଷାର ମହତ
ଆଗେଇ ଚାଲିବ ଓଡିଶା ll

      

    ଯଶୋଦା ମାଝୀ
ବୋଡେ଼ନ, ନୂଆପଡା

Post a Comment

0 Comments