ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସମସ୍ତଙ୍କୁ ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ।
ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ୦୮.୦୩.୨୦୨୨ (ମଙ୍ଗଳବାର) ଦିନ ସକାଳ ୦୭ଟା ରୁ ସନ୍ଧ୍ୟା ୦୭ ମଧ୍ୟରେ ନାରୀ ଭିତ୍ତିକ କବିତା ଆସର ଅନୁଷ୍ଠିତ ହେବାକୁ ଯାଉଛି । ଇଚ୍ଛୁକ ସ୍ରଷ୍ଟା/ ସୃଷ୍ଟିକାରିଣୀ ଉକ୍ତ ଉତ୍ସବରେ ସାମିଲ ହେବାକୁ ସୃଷ୍ଟି ସମ୍ଭାର ପରିବାର ତରଫରୁ ଆହ୍ୱାନ କରାଯାଉଛି । ଉତ୍ସବରେ ସାମିଲ ହୋଇଥିବା ସମସ୍ତ ସ୍ରଷ୍ଟା/ ସୃଷ୍ଟିକାରିଣୀଙ୍କ ସୃଷ୍ଟି ଆପଣଙ୍କ ପ୍ରିୟ ସୃଷ୍ଟି ସମ୍ଭାର ପରିବାରର ୱେବସାଇଟ www.srushtisambhar.in ରେ ପ୍ରକାଶ କରାଯିବ ସହ ସମସ୍ତ ସାଧକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବ ।
ଉକ୍ତ ଉତ୍ସବରେ ସାମିଲ ହୋଇ ଆପଣଙ୍କ ସ୍ୱରଚିତ ଓ ଅପ୍ରକାଶିତ ଲେଖାକୁ ନିମ୍ନ ପତ୍ରରେ ଆବଶ୍ୟକୀୟ ସୂଚନା ପୂରଣ କରି ଲେଖା ସହ ଆମ ପାଖକୁ ପ୍ରେରଣ କରନ୍ତୁ ।
ବିଶେଷ ସୂଚନା
ନିମ୍ନରେ ଦିଆ ଯାଇଥିବା ଲିଙ୍କରେ ଲେଖା ଦେବାକୁ ଅନୁରୋଧ । ଲେଖା ପୋଷ୍ଟକୁ ନେଇ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଆମକୁ ଯୋଗାଯୋଗ କରିପାରିବେ ।
ସୃଷ୍ଟି ସମ୍ଭାର ସାହିତ୍ୟ ପରିବାର
ସମ୍ପାଦକ- କାହ୍ନୁ ଚରଣ ସାହୁ
ଯୋଗାଯୋଗ: ୮୨୪୯୫୨୦୮୮୦



0 Comments