ମାନବବାଦ - ରଞ୍ଜନ କୁମାର ପଣ୍ଡା




       ସଂସ୍କାରିତ ସମାଜର ଦୁର୍ଲଭ ଓ ଅତ୍ୟାବଶ୍ୟକ ସେବା । ଯାହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ । ଏହା ଆଜିକାର ପ୍ରଚଳିତ ପ୍ରଥା ନୂହେଁ । ଏହା ପ୍ରାଚୀନ ଓ ଆଦିମ ସଭ୍ୟତାର ଲୋକ୍କାୟିତ ତଥ୍ୟ । ନିଃସ୍ୱାର୍ଥପର ସମାଜର ମଣିଷ ପ୍ରତି ମଣିଷର ଗଭୀର ସମବେଦନା ଓ ଭାଇଚାରର ସୁନ୍ଦର ଜୀବନ ଶୈଳୀ ହିଁ ମାନବବାଦର ପରିକଳ୍ପନା । ମାନଵାଦରେ ଥାଏ ସତ୍ୟ ଦୟା ଧର୍ମର ତ୍ରିବେଣୀ ସଙ୍ଗମ ,ଯଦ୍ବାରା କି ମଣିଷ ମଣିଷକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତ୍ର ସହାବସ୍ଥାନ ମାଧ୍ୟମରେ ଭିନ୍ନତା ମଧ୍ୟରେ ଏକତାର ବୀଜ ବପନ କରେ ଓ ସେଥିରୁ ସୃଷ୍ଟି ମହାନ ବୃକ୍ଷର ପ୍ରତ୍ୟେକ ଅବୟବ ସମାଜ ପାଇଁ ଅମୂଲ୍ୟ ସମ୍ପଦ ହୋଇଯାଏ । ଜୀବେ ଦୟା ଯାହାର ମୂଳମନ୍ତ୍ର ହୋଇ ଜଗତରେ ଏକ ଭିନ୍ନ ପରମ୍ପରା ସୃଷ୍ଟିକରେ । ମାନଵାଦରେ ପରିଚାଳିତ ସମାଜ ସୃଷ୍ଟିର ରକ୍ଷକ ହେବାସହିତ ସମାଜ ସେବାରେ ନିଜକୁ ନିୟୋଜିତ କରି ଏକ ସେବକ ଭାବରେ ନିଜର ପରିଚୟ ସୃଷ୍ଟି କରୁ କରୁ ମହାମାନବରେ ପରିଣତ ହୋଇଯାଏ । ଏହା ହିଁ ତ ଈଶ୍ୱରଅନୁଭୁତିର ଅନ୍ୟ ଏକ ନିଦର୍ଶନ । ମାନଵାଦରେ ନଥାଏ ହିଂସା ନଥାଏ କପଟତା ନଥାଏ ଆତ୍ମଗାରୀମା ନଥାଏ ଜାତି ଧର୍ମ ବର୍ଣ୍ଣର  ବାଛବିଚାର । ମାନବଵାଦୀ କେବଳ ଏତିକି ଜାଣିଥାଏ ସମସ୍ତେ ସମାନ । ମାନବଵାଦୀ ଏହା କହେ ସର୍ବେ ଭବନ୍ତୁ ସୁଖୀନ  । ମାନବବାଦୀ ଏହା କରେ ଯାହାକି ସମସ୍ତଙ୍କର କଲ୍ୟାଣ ସାଧନ ରେ ବିନିଯୋଗ ହୋଇପାରେ , ସେ ମଣିଷ ହେଉ ବା ପଶୁପକ୍ଷୀ ବୁକ୍ଷଲତା ହୁଅନ୍ତୁ । 
       ଏହି ସବୁ ପରମ୍ପରା ପ୍ରାଚୀନ କାଳରେ ସର୍ବତ୍ର ଦୃଶ୍ୟମାନ ହେଉଥିଲା । କ୍ରମଶଃ ତାହା ମଣିଷର ସ୍ୱାର୍ଥପର ନୀତିକାନ୍ତିରେ କେବଳ ମଣିଷର ମୁଖନିସୃତ ବାଣୀରେ ପରିଣତ ହୋଇଯାଇଛି । ହାତଗଣତି କିଛି ମହାନୁଭବ ଆଜି ସମାଜରେ ଅଛନ୍ତି ଯେଉଁମାନେ କି ମାନଵାଦରେ ନିଷ୍ଠା ରଖି କାର୍ଯ୍ୟକରୁଛନ୍ତି । ସେମାନେ ଆଜି ସ୍ୱାର୍ଥପର ସମାଜ ପାଖରେ ଅଲଗା ହେଲେ ବି ଭଗବାନଙ୍କ ଦୃଷ୍ଟିକୋଣରେ ଭଗବାନ ଙ୍କ ପ୍ରିୟ ସନ୍ତାନ । ସମୟ ବଦଳିବ ପୁଣି ଥରେ ମାନବବାଦର ଚିନ୍ତନ ସୃଷ୍ଟି ହୋଇ ଜଗତ କଲ୍ୟାଣର ନିମନ୍ତେ ବହୁଳ ଭାବରେ ଆଗେଇ ଆସିବେ । ସେତେବେଳେ ଏ ବିଜ୍ଞାନର କରାମତି ନଥିବ କି ମଣିଷର ସ୍ବେଚ୍ଛାଚାରିତା ମନୋଭାବ ନ ଥିବ । ଥିବ କେବଳ ସୃଷ୍ଟିର ପ୍ରେତ୍ୟେକ ଜୀବଜଗତ ପାଇଁ ଅହେତୁକ ସ୍ନେହ ଶ୍ରଦ୍ଧା ଓ ବିଶ୍ୱାସ । 

ଶ୍ରୀଜଗନ୍ନାଥ ଚରଣଆଶ୍ରିତ

             ରଞ୍ଜନ କୁମାର ପଣ୍ଡା
                  କୋରାପୁଟ

Post a Comment

0 Comments