ଭାରତ ସଂସ୍କୃତିରେ ପର୍ତ୍ଯେକ ପର୍ବ ପର୍ବାଣୀ ମଧ୍ଯରୁ ରଜପର୍ବ ଅନନ୍ଯ ମହତ୍ବପୂର୍ଣ୍ଣ ଗଣପର୍ବ ।ଧରିତ୍ରୀ ମାଆର ସମ୍ମାନୀୟ ପର୍ବ।(ରଜ) ସୃଷ୍ଟି ସର୍ଜନାର ଏହା ହେଉଛି ପ୍ରାକୃତିକ କୃତି,ଏହା ମହିଳା ମାନଙ୍କ ମହତ୍ବ ବୁଝିବା ଓ ସମ୍ମାନ ଦେବା ।ପ୍ରାଣୀ ଜଗତରେ ମନବ ଜନ୍ମ ଶ୍ରେଷ୍ଠ,ତାଠାରୁ ଶ୍ରେଷ୍ଠ ନାରୀ ଯାତି।ମହିଳା ମାନଙ୍କୁ ସୃଜନ ଶୀଳ କ୍ଷମତା ଭଗବାନ ଦେଇଛନ୍ତି ।ନାରୀର ଶରୀରp ଗଠନରେ ଦୁଇଟି ଯନ୍ତ୍ର ଅଧିକରହିଛି -1ଗର୍ଭାଶୟ 2-ସ୍ତନ ।
କନ୍ଯାମାନଙ୍କ ପ୍ରାପ୍ତ ବୟସ ଆସିଜିବା ପରେ ତାହାର ଭିନ୍ନ ଭିନ୍ନ ନାମରେ ନାମିତ କରି କହିଥାନ୍ତି ଗୃହଯୁକ୍ତ,ବଡ କନ୍ଯା,ରଜବତୀ,ପୁଷ୍ପବତୀ, ଏସବୁ କହିବାର ତାତ୍ପର୍ଯ୍ଯ ହେଉଛି ,କନ୍ଯା ରଜସ୍ବଳା ହେବାପରେ ଗର୍ଭ ଧାରଣ କରିବାର କ୍ଷମତା ଆସି ଯାଇଥାଏ ।କନ୍ଯା ସ୍ତରରୁ ମହିଳା,ମାଆ ହେବାର କ୍ଷମତା ଆସିଥାଏ। ପୃଥିବୀ ଆମର ମାଆ ପ୍ରତ୍ଯକ ଚିଜକୁ ସୃଷ୍ଟିକରି ଆମ ଜୀବନର ସବୁକିଛି ଯୋଗାଇ ଅଭାବ ପୁରଣ କରି ଦେଇଥାଏ ।ପୃଥିବୀ ମାଁ କୁ ସମ୍ମାନ ଦେବାରେ ଓ ତାର ସୁରକ୍ଷା ଦେବା ଏବଂ ପରମ୍ପାରାକୁ ଯାରି ରଖିବାପାଇଁ ଏ ପର୍ବର ମହତ୍ବ। ପୃଥିବୀକୁ ବିଶ୍ରାମ ଦିଅନ୍ତି ।ମହିଳା ମାନେ ଖୁସି ସୌହାର୍ଦ୍ଧ୍ଯରେ ନୂଆଁ ବସ୍ତ୍ର ପରିଧାନ କରି ପାଦରେ ଘୁଙ୍ଗୁର ,ଅଳତା ,ନାନା ଅଳଙ୍କାର ମଥାରେ ଗଜରା ଶଙ୍ଖା ସିନ୍ଦୂର ରେ ସଜବାଜ ହୋଇଥାନ୍ତି,ମିଠାପାନ ଖାଆନ୍ତି ।କୁଆଁରି କନ୍ଯା ମାନେ ଭୂମିରେ ଚାଲନ୍ତି ନାହିଁ ।ନୂଆଁ ଯୋତା ଓ କଦଳୀ ପଟ ପିନ୍ଧି ଚାଲନ୍ତି ।ଗୀତ ଗାଇ ଗାଇ ଦୋଳି ଖେଳନ୍ତି ତାସ ,ବାଗୁଡି ଖେଳି ଏହି ରଜ ଚାରିଦିନ ଖୁସିରେ କଟାଇ ଥାନ୍ତି।
ଚାଷି ଭାଇ କୃଷିଭିତିକ କାର୍ଯ୍ଯ ସବୁ ବନ୍ଦ କରିଥାଏ।ଅନାଇଁ ରହିଥାଏ ରଜ ପରେ ବରଷା ପରଷରେ ତାର କ୍ଷେତରେ ଶଷ୍ଯ ଶମଳା କରିବ।ପରିବା କାଟିବା କାମ କରିବା ମନା ।ରଜ ପୁର୍ବରୁ ନାନା ପ୍ରକାର ପିଠା ପଣା କରିଥାନ୍ତି, ଶାଇ ପଡୋଶି ବଣ୍ଟା ବଣ୍ଟି କରି ଖୁସି ଆନନ୍ଦ ,ସ୍ନେହ,ପ୍ରେମ,ଶିଷ୍ଟ,ସହାନୁଭୂତି, ମନାଇ ଥାନ୍ତି। ପ୍ରଥମ ରଜ,ଦୁତୀୟ ରଜ ସଂକ୍ରାନ୍ତି, ତୃତୀୟ ଦିନ ଚୋରି ବୁଡ,ଚତୁର୍ଥ ଦିନ ମହାଲକ୍ଷ୍ମୀ ଗାଧୁଆ ,ଏହିପରି ରଜ ଚାରିଦିନ ପାଳନ ହୁଏ।ମହାଲକ୍ଷ୍ମୀ ଗାଧୁଆଦିନ ବ୍ରହ୍ମ ମୂହୁର୍ତରୁ ଡଡପରେ ଶଯ୍ଯା ତ୍ଯାଗ କରି ସ୍ନାନ ସାରି ମହାଲକ୍ଷ୍ମୀ ଓପୃଥିବୀ ମାଆଙ୍କର ଖିରୀ,ପିଠା,ଫଳ,ପାଚଲା ବ୍ଯଞ୍ଜନ ଧୂପ,ଦୀପ ପୁଷ୍ପ ଆଦିରେ ପୂଜା ହୁଏ ।
ର୍ଗ୍ରୀଷ୍ମ
ଋତୁର ଉତପ୍ତ ନିଦାଘରେ ବଣ ପାଦପ, ବିଲ,ନଈ,ନାଳ,ବୃକ୍ଷ,ଲତା ଶୁଷ୍କ ।ଜୀବଜଗତ ଜଳ ବିହୁନେ ହାହା କାର ହୋଇ ଶୀତଳ ପରଶ ଟିକେ ପାଇବାକୁ ସମସ୍ତେ ବ୍ଯାକୁଳ,ଅନାଇ ରହିଥାନ୍ତି। ଧରଣୀ ରାଣୀ ଚାହିଁ ରହିଥାଏ ଜଳ କଣାପାଇଁ।
ମିଥୁନ ସଂକ୍ରାନ୍ତି ଏବଂ ବର୍ଷା ଋତୁର ଆଗମନରେ ମୌସୁମୀ ଆସିଥାଏ।ମେଘ ଘଡଘଡି ଗମ୍ଭିର ଗର୍ଜନରେ ତନୁ ମନ ପୁଲ୍ଲକିଯାଏ ଧରଣୀ ମାଁ ଉତ୍କଣ୍ଠାର ସହିତଉଲ୍ଲସି ଯାଏ। ବୀଜ ମାନ ଅଙ୍କୁରିତ ହୋଇ ସବୁଜିମାରେ ପଲ୍ଲଭିତ ଶୋଭା ବିମଣ୍ଡିତ ହୁଏ।ଭାଇମାନେ ଭଉଣୀଙ୍କୁ ସୁରକ୍ଷା ଦେବାରେ ଜଗିବସିଥାନ୍ତି।
ତେଣୁ ଭଉଣୀ ଭାଇର ଶୁଭ କାମନା କରି ଗୀତଇ ଥାନ୍ତି।
ରଜ ଦୋଳି କଟ ମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଯେ ଦୂରକୁ ସେ ଝଟ ଝଟ।
ବଢୁ ଆୟୁଷ ବହୁତ
ମୋ ଭାଇ ମାନଙ୍କ ଖ୍ଯାତି ଅଶେଷ
ଖ୍ଯାତି ଅଶେଷଲୋ
ଯଶସ୍ବି ତାଙ୍କ ନିହିତ।।
ଆହୁରି ଗୀତ ଗାଇ ଥାନ୍ତି-
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ବେଗି ହୁଅ ସଜବାଜ।।
ବନସ୍ତେ ଡାକିଲା ଗଜ ଏହାର ବାହୁଲ୍ଯ ଯେ ।ମେଘ ବନ ପାହାଡରୁ ଗର୍ଜନ କରି ଆସିଥାଏ ,ଆଉ ଏକ କରଣ ନିହିତ ,ପୌରାଣୀକ ମତରେ ସ୍ବର୍ଗର ଦେବ ରାଜ ଇନ୍ଦ୍ର,ତାଙ୍କରି କୃପାରେ ବର୍ଷା ହୋଇଥାଏ ବୋଲି ପ୍ରବାଦ ରହିଛି ,ଇନ୍ଦ୍ରଙ୍କର ବାହାନ ଗଜ,ତେଣୁ ବନସ୍ତେ ଡାକିଲା ଗଜର ଉପମା ଦିଆ ଯାଇଛି ରଜ ଗୀତରେ ।
ରଜ ପର୍ବ ନାରୀର ମହନୀୟ ଉପାଦେୟତାକୁ ପ୍ରାଧ୍ଯାନ୍ଯ ଦେଇ ଏହି ପର୍ବ ପାଳନର ମହନୀୟତା ନିହିତ ।
ସୋରଡା ,ଗଞ୍ଜାମ୍
ମୋ-75370,46533
0 Comments