ଜୀବନର ଏଇ ଅଙ୍କାବଙ୍କା ଚଲାପଥରେ
ତୁମେ ଯାଦୁକର ମୋ ଜୀବନର
କି ଯାଦୁ କରିଦେଲ ଏଇ ମୋ ମନରେ
ସର୍ବଦା ଲାଗୁଛ ଯେ ନିଜର ।।
ଦିନେ ତମେ ଥିଲ ପୁରା ଅପରିଚିତ ମୋ ପାଇଁ
ଆଜି ଲାଗୁଛ ଏତେ ପରିଚିତ କାହିଁ ପାଇଁ
ଏଇ ଅପରିଚିତ ରୁ ପରିଚିତ ର ବାଟ ଯାଏଁ
ସମୟ କେବେ ବିତି ଗଲା କିଛି ଜଣା ବି ନ ଯାଏ ।।
ମୁଁ ଥିଲି କେବଳ ମାତ୍ର ଅର୍ଥହୀନ ଅକ୍ଷର
ସ୍ୱର ଦେଇ କଲ ମତେ କବିତା ନିଜର
ଏପରି ଏକ ଅଲେଖା ନୂଆଁ କବିତା
ପ୍ରତ୍ୟେକ ପଦରେ ଭରି ଦେଇଛ ମୋ ପାଇଁ ପ୍ରେମର ଲଳିତା,
ଲାଗେ ଭାରି ମିଠା ।।
ସତେ ଯେପରି କବିତା ଆମ ପ୍ରେମ କାହାଣୀର
ମୋ କୋମଳ ହୃଦୟର ଗଭୀର ଭାବନାର
ଆକାଶେ ସୂର୍ଯ୍ୟ ଥିଲା, ଅଛି ଆଉ ଆଗକୁ ମଧ୍ୟ ଥିବ
ତମେ ମୋର ଥିଲ, ଏବେ ବି ମୋର ଆଉ ସର୍ବଦା ମୋର ହିଁ ରହିବ।।
ରୋଜୀ ନାୟକ
କୁଶୁର୍ଡା , ବରଗଡ଼




0 Comments