ଭକ୍ତି ନୈବେଦ୍ୟ
********
ମାଗେ ନାହିଁ ପ୍ରଭୁ ତୁମ
ବଇକୁଣ୍ଠ ପୁରୀ
ମୋହର ବାସକୁ ଦିଅ
ଭକତି ରେ ଭରି ।
ମାଗେ ନାହିଁ ମୁଁ ତୁମର
ପାଟ ପିତାମ୍ଵରୀ ।
ତୁମ ନାମ ମୋର ଅଙ୍ଗେ
ସଦା ରହୁ ଘେରି ।
ମାଗେ ନାହିଁ ମୁଁ ତୁମର
ପୁଷ୍ପ କୁଞ୍ଜବନ ।
ମନ ପୁଷ୍ପ ରେ ସଂଜମ
ହେଉ ଆବରଣ ।
ମାଗେ ନାହିଁ ପ୍ରଭୁ ତୁମ
ନାସା ର ବସଣି ।
ଶେଷ ନିଶ୍ବାସ ରେ ପାଶେ
ଥିବ ବିଶ୍ବମଣି ।।
ସସ୍ମିତା ପଣ୍ଡା




0 Comments