ଭୂଦେବୀ ଦୁହିତା- ଡା. ପ୍ରତୀକ କୁମାର ପହି

ଭୂଦେବୀ ଦୁହିତା
********


ଭୂଦେବୀ ଦୁହିତା ରାମାୟଣେ ସୀତା
ଆଦିଶକ୍ତି ମାତା ସେହି,
ରଘୁକୁଳ ହିତ କରିଲେ ବହୁତ
ରାମଙ୍କ ସଙ୍ଗିନୀ ହୋଇ....
ଦଲକେ ପବନେ ପରଷା ମିଷ୍ଟାନ୍ନେ
ପଡିଥିଲା ଦିନେ ଘାସ,
ସୀତାଙ୍କ ନଜର କଲା ନାରଖାର
ଦୁବ ହୋଇଲା ପାଉଁଶ....
ରାଜା ଦଶରଥ ହେଲେ ଆଚମ୍ବିତ
ବୋହୁ ର ଶକତି ଦେଖି,
କହିଥିଲେ ମାଆ ହୋଇବୁ ଲୋ ସାହା
ରଘୁବଂଶ ରୀତି ରଖି....
ଶତୃ ର ବଦନ ତୋ ଦୁଇ ନୟନ
ନିରେଖି ଚାହିଁବ ଯେବେ,
ଚିରଦିନ ପାଇଁ ଭସ୍ମୀଭୂତ ହୋଇ
ଲଭିବନି ପ୍ରାଣ କେବେ....
ଶ୍ୱଶୁରଙ୍କ କଥା ରକ୍ଷା କଲେ ମାତା
ଚାହାଣୀ କୁ ରଖି ସ୍ଥିର,
ସକଳ ଦାନବ ଧ୍ବଂସ ଯେ ସମ୍ଭବ
ରାବଣ ଅଟଇ ଛାର  ।।


ଡା. ପ୍ରତୀକ କୁମାର ପହି
ପାଣିକୋଇଲି, ଯାଜପୁର


Post a Comment

0 Comments