ବିଦଗ୍ଧ ପ୍ରାଣ
********


ବିଦଗ୍ଧ ପ୍ରାଣର ବେଦନାର ସୁର
ନ ପଡିଲେ ପଛେ କର୍ଣ୍ଣେ
ବଜ୍ରାଘାତ ପ୍ରାୟ ଶାପ ପଡେ ଯେବେ
ଭାଳୁ କାହିଁ ମନେ ମନେ।

ପ୍ରେମ ଅଟେ ପୂଣ୍ୟ ପ୍ରେମ ତ ଜୀବନ
ପ୍ରେମ ସୁର ନ ଶୁଣିଲେ
ପ୍ରତାରଣା ଅଗ୍ନୀ ସଂଯୋଗ କରିଣ
ଦଗ୍ଧ କଲୁ ହୃଦ ଭଲେ।

ସେ ଦଗ୍ଧ ଛାତିରୁ ଧୂମ୍ର ଧାସେ ପୁଣି
ଅନ୍ଧକାର ତୋ ଜୀବନେ
 ଛାରଖାର କରି ସୁଖର ସପନ
ପେଶିଦେବ ମହାଶୂନ୍ୟେ।

ଆହା ଏ ଜୀବନ ଯାଏ ଅପସରି
ମରୁବାଲି କି ହସ୍ତରୁ
ଅବା ଲିଭି ଯାଏ ଆଶା ପ୍ରଦୀପଟି
ଆଲୋକ ଦେବା ପୂର୍ବରୁ ।।


ଚିନ୍ମୟୀ ସାହୁ
ମୂଳିସିଂ,ସହର
ଜଗତସିଂହପୁର

Post a Comment

0 Comments