ଶେଷ ଇଛା
*******
ଏ ମାନବ ଶରୀର ଵନ୍ଦୀଶାଳା ପ୍ରଭୁ
ମୁକ୍ତ କର ଆହେ ହରି,
ହରି ନିଅ ଯେତେ ପାପ ,ପୂଣ୍ୟ ମୋର
ଭବ କର ତୁମେ ପାରି ।
ସୁଖ ବି ଦେଖିଲି ଦୁଃଖ ବି ଦେଖିଲି
ଦେଖିଲି ତୁମରି ଲୀଳା,
ମୋହ ବି ଦେଖିଲି କୋହ ବି ଦେଖିଲି
ତୁମେ ଏକା ଗଳାମାଳା ।
ତୁମରି ନାମକୁ ତୁଣ୍ଡେ ମୋର ଧରି
କରିଥାଉ ଭବଭ୍ରାନ୍ତି,
କିଏ ଏଠି ପର କିଏ ବା ନିଜର
ସର୍ବେସ୍ଵାର୍ଥ ରେ ଭ୍ରମନ୍ତି ।
ଆହେ ମୁକ୍ତିଦାତା ଏ ବନ୍ଦିନୀ ର ଡାକ
ଶ୍ରୀକର୍ଣ୍ଣେ ଗୋଚର ହେଉ,
ଅନ୍ତିମ ସମୟେ ମୋ ଅନ୍ତିମ ମିନତି
ଶ୍ରୀ ପୟରେ ଜୀବନ ଯାଉ ।।
ମୃଣ୍ମୟୀ ବେହେରା
ବାଲାଜୀ କମ୍ପ୍ଲେକ୍ସ
ଭୁବନେଶ୍ଵର
*******
ଏ ମାନବ ଶରୀର ଵନ୍ଦୀଶାଳା ପ୍ରଭୁ
ମୁକ୍ତ କର ଆହେ ହରି,
ହରି ନିଅ ଯେତେ ପାପ ,ପୂଣ୍ୟ ମୋର
ଭବ କର ତୁମେ ପାରି ।
ସୁଖ ବି ଦେଖିଲି ଦୁଃଖ ବି ଦେଖିଲି
ଦେଖିଲି ତୁମରି ଲୀଳା,
ମୋହ ବି ଦେଖିଲି କୋହ ବି ଦେଖିଲି
ତୁମେ ଏକା ଗଳାମାଳା ।
ତୁମରି ନାମକୁ ତୁଣ୍ଡେ ମୋର ଧରି
କରିଥାଉ ଭବଭ୍ରାନ୍ତି,
କିଏ ଏଠି ପର କିଏ ବା ନିଜର
ସର୍ବେସ୍ଵାର୍ଥ ରେ ଭ୍ରମନ୍ତି ।
ଆହେ ମୁକ୍ତିଦାତା ଏ ବନ୍ଦିନୀ ର ଡାକ
ଶ୍ରୀକର୍ଣ୍ଣେ ଗୋଚର ହେଉ,
ଅନ୍ତିମ ସମୟେ ମୋ ଅନ୍ତିମ ମିନତି
ଶ୍ରୀ ପୟରେ ଜୀବନ ଯାଉ ।।
ମୃଣ୍ମୟୀ ବେହେରା
ବାଲାଜୀ କମ୍ପ୍ଲେକ୍ସ
ଭୁବନେଶ୍ଵର




0 Comments