ମରୁଭୂମିରପଥିକ ମୁଁ
*******

ମରୁଭୂମିର ପଥିକଟିଏ ମୁଁ
ଖୋଜି ପାଉନାହିଁ ବାଟ,
ଯୁଆଡ଼େ ଚାଁହୁଛି ସବୁ ବାଲିମୟ
ଅବିଶ୍ରାନ୍ତ ଗତିପଥ ।
ମରୀଚିକା ଭ୍ରମ ଟାଣି ନିଏ ମୋତେ
ଶରୀର ହୁଏ ଅବଶ,
ଦିଗହରା ହୋଇ ଆଜି ମୁଁ ଧାଉଁଛି
ପାଇଯିବି କାଳେ ପଥ ।
ହେଲେ ଏ ସମୟ ଦେଉନାହିଁ ସଙ୍ଗ
ତଣ୍ଟି ଶୁଖିଯାଏ ମୋର,
ଲାଗୁଛି ଯେପରି ଏହି କ୍ଷଣି ମୋତେ
ଟାଣିନେବ ଯମପୁର ।
କେମିତି ଫସିଲି ମରୁଭୂମିରେ ମୁଁ
ଜାଣି ତ ପାରିଲି ନାହିଁ,
ଭାବନା ମୋହର ମନକୁ ଆସୁଛି
କିଏ ଦେଇଛି ଫସେଇ ।
ଫସି ମୁଁ ସାରିଛି ବାହାରିବା ପାଇଁ
ମୋତେ ବାଟ ଦିଶୁନାହିଁ,
ମରୁଭୂମିର ପଥିକ ଟିଏ ମୁଁ
ବାଟ ଖୋଜି ପାଉନାହିଁ ।।


ପ୍ରିତିଛନ୍ଦା ରାୟ
ଶୁଣ୍ଠଳ,ନାଉଗାଁ, ଜଗତସିଂହପୁର

Post a Comment

0 Comments