କାହାକୁ ଏତେ ଗୁରୁତ୍ୱ ନ ଦିଅ
**********
କଦବା କା' ସାଥେ ମଧୁ ହାସ୍ୟେ ଭାଷେ
ସ୍ୱଳ୍ପ କାଳ ବିତାଇଲେ,
ନ ମଣିବ ତାଙ୍କୁ ତୁମ ବନ୍ଧୁ ବୋଲି
ଯଦିଓ ଆମୋଦ କଲେ...
ମଣିଷ ହେଉଛି ଛଳନାର କୂପ
ଅବିଶ୍ୱାସର ସେ ଚିହ୍ନ,
ବାସ୍ତବ ସ୍ଥିତିରେ ଦିବା ପରିଶେଷେ
ଦର୍ଶାଏ ରୂପ ତା' ଭିନ୍ନ...
ହୁଏତ କିଞ୍ଚିତ୍ ସତ୍ୟତା ରହିଛି
ଏଭଳି କଠୋର ବାକ୍ୟରେ,
ହେଲେ ଭୁଲ ନାହିଁ ସେ ମିଷ୍ଟ ଭାଷାଟେ
କ୍ଷଣେ ଦେଲା ହସ ଓଠେ...
କାହାକୁ ଗୁରୁତ୍ୱ ଦେବ କି ନ ଦେବ
ସେ ତୁମ ନିଜ ନିଷ୍ପତ୍ତି,
ସର୍ବେ ଅନ୍ତରଙ୍ଗ ବନ୍ଧୁ ହେବେ ବୋଲି
କେଉଁଥିରେ ଲେଖା ଅଛି...
ମଣିଷ ନିଜକୁ ସର୍ବଦା ଚତୁର
ଯେବେ ମନେ ଭାବି ଦିଏ,
ସେବେଠୁଁ ଜାଣ ସେ ତାର୍କିକ ମାୟାରେ
ଜୀବନ ତା' ରୁନ୍ଧି ହୁଏ...
ପ୍ରତିଟି କଥାକୁ ତାର୍କିକ ଦୃଷ୍ଟିରେ
ତର୍ଜମା କରିବା ଦ୍ୱାରା,
ସବୁ ସମ୍ପର୍କକୁ ଉଦ୍ଦେଶ୍ୟମୂଳକ
ଭାବେ କରେ ବିବେଚନା...
ଫଳରେ ସମ୍ପର୍କେ ବୁଢୀଆଣି ଜାଲ
ମନେ ଭରଇ ଅଳନ୍ଧୁ,
ତେଣୁ ଏ ସବୁକୁ ସାଧାରଣ ଭାବି
ବଢ ସର୍ବଦା ଆଗକୁ...
ବିଶ୍ୱାସରେ ବନ୍ଧା ମଣିଷ ଜୀବନ
ତେଣୁ ରହିଛି ଜଗତ,
ଯଦି କେ ତୁମ ବିଶ୍ୱାସ ଭାଙ୍ଗେ ଜାଣ
ତା' ବ୍ୟକ୍ତିତ୍ୱ କଳୁଷିତ...।।
କୁଶ ସାହୁ
ବଡ଼ବାରଙ୍ଗ,କେନ୍ଦ୍ରାପଡ଼ା
**********
କଦବା କା' ସାଥେ ମଧୁ ହାସ୍ୟେ ଭାଷେ
ସ୍ୱଳ୍ପ କାଳ ବିତାଇଲେ,
ନ ମଣିବ ତାଙ୍କୁ ତୁମ ବନ୍ଧୁ ବୋଲି
ଯଦିଓ ଆମୋଦ କଲେ...
ମଣିଷ ହେଉଛି ଛଳନାର କୂପ
ଅବିଶ୍ୱାସର ସେ ଚିହ୍ନ,
ବାସ୍ତବ ସ୍ଥିତିରେ ଦିବା ପରିଶେଷେ
ଦର୍ଶାଏ ରୂପ ତା' ଭିନ୍ନ...
ହୁଏତ କିଞ୍ଚିତ୍ ସତ୍ୟତା ରହିଛି
ଏଭଳି କଠୋର ବାକ୍ୟରେ,
ହେଲେ ଭୁଲ ନାହିଁ ସେ ମିଷ୍ଟ ଭାଷାଟେ
କ୍ଷଣେ ଦେଲା ହସ ଓଠେ...
କାହାକୁ ଗୁରୁତ୍ୱ ଦେବ କି ନ ଦେବ
ସେ ତୁମ ନିଜ ନିଷ୍ପତ୍ତି,
ସର୍ବେ ଅନ୍ତରଙ୍ଗ ବନ୍ଧୁ ହେବେ ବୋଲି
କେଉଁଥିରେ ଲେଖା ଅଛି...
ମଣିଷ ନିଜକୁ ସର୍ବଦା ଚତୁର
ଯେବେ ମନେ ଭାବି ଦିଏ,
ସେବେଠୁଁ ଜାଣ ସେ ତାର୍କିକ ମାୟାରେ
ଜୀବନ ତା' ରୁନ୍ଧି ହୁଏ...
ପ୍ରତିଟି କଥାକୁ ତାର୍କିକ ଦୃଷ୍ଟିରେ
ତର୍ଜମା କରିବା ଦ୍ୱାରା,
ସବୁ ସମ୍ପର୍କକୁ ଉଦ୍ଦେଶ୍ୟମୂଳକ
ଭାବେ କରେ ବିବେଚନା...
ଫଳରେ ସମ୍ପର୍କେ ବୁଢୀଆଣି ଜାଲ
ମନେ ଭରଇ ଅଳନ୍ଧୁ,
ତେଣୁ ଏ ସବୁକୁ ସାଧାରଣ ଭାବି
ବଢ ସର୍ବଦା ଆଗକୁ...
ବିଶ୍ୱାସରେ ବନ୍ଧା ମଣିଷ ଜୀବନ
ତେଣୁ ରହିଛି ଜଗତ,
ଯଦି କେ ତୁମ ବିଶ୍ୱାସ ଭାଙ୍ଗେ ଜାଣ
ତା' ବ୍ୟକ୍ତିତ୍ୱ କଳୁଷିତ...।।
କୁଶ ସାହୁ
ବଡ଼ବାରଙ୍ଗ,କେନ୍ଦ୍ରାପଡ଼ା




0 Comments