ପରିଚୟ - ତପନ କୁମାର ସାହୁ

ପରିଚୟ 
******

ସ୍ରୋତ ସାହିତ୍ୟ ଅବା ସମ୍ପର୍କ ର
ମୁଁ ଏବେ ପରିତ୍ୟକ୍ତ
ଭାଷଣ ବାଜି କଳାକାର ସାଜି
ତିଆରିଛି ମୋ ସ୍ବପ୍ନ ର ସହର  ।

ଅନଲାଇନ ପ୍ରେମିକ ସାଜୁ ସାଜୁ
ପେନ୍ଥା ପେନ୍ଥା ବ୍ଲାକଲିଷ୍ଟ   !
ଫେସବୁକ ଝିଅ ଖୋଜା
ଡିପି ମନ ମୋହକ
ଚାଟିଙ୍ଗ ସେଟିଙ୍ଗ
ଅଚିହ୍ନା ଗଳିର ଶେଷଘରେ ଏବେ
ଭୁତୁଣିର ଭୟ  ll

ରେଡ ଲାଇଟ ପ୍ରେମିକ ସାଜୁ ସାଜୁ
ଠିକ ସମୟ ବିପରୀତ ଧର୍ମୀ
ଟିଭି ରେଡ଼ିଓ ଗାୟବ ହେବା ପରେ
ପାୱାର କଟ ହେଉଛି ହେଉ
ଲଣ୍ଠନ ଟା ଏବେ ମୋର
ଫଟା କାଚ ଭିତରୁ ମୁରୁକି ହସି
ଉଦଲା ରୂପରେ ଅବହେଳିତ
ସଙ୍ଗମ ସୀମା ଡେଇଁ
ଗୋଟେ ଲଣ୍ଠନ ର ପ୍ରେମିକ ସାଜୁ ସାଜୁ
ଭୋର ହେବା ବେଳ
ମୁଁ ବି ଚତ୍ମକାରିତା ରେ ପରିପୂର୍ଣ୍ଣ
ନିସ୍ଵାର୍ଥ ନିଶ୍ୱାସ ର ପ୍ରେମେ
ଧୂଆଁଳିଆ ଭବିଷ୍ୟ କୁ
ଆଖି ଆଗରେ ନଚେଇ ।

ଠିକ ସେମାନେ
ଯେମିତି
ମୋ କୋଷର ସ୍ୱାଦ
ବିଭାଜିତ ବସ୍ତ୍ର ର ଏକ ଭାଗ
ନିଜେ ନିଜକୁ ସ୍ଵତନ୍ତ୍ରୀତ ସଜେଇ
ମିଞ୍ଜିମିଞ୍ଜି ଆଲୁଏ  ସଂଗ୍ରାମ କରି ଚାଲେ
ହନ୍ଦଲେଇ ଦେଇ  ।
ଅପେକ୍ଷାରେ  ମୁଁ
ସେ ପ୍ରଶ୍ନ ର ଉତ୍ତର
ନିମିତ୍ତ ମାତ୍ର..... ହେୟଜ୍ଞାନେ
ମୁଁ ହିଁ ସ୍ରଷ୍ଟା ସୃଷ୍ଟି.. ସର୍ବୋପରି  ।

ପରିଚୟ
ହୀନ ଦିନ ଦରିଦ୍ର
ଜ୍ଞାନ ଅଜ୍ଞାନ, ସୃଷ୍ଟି ଅସୃଷ୍ଟି
ହାତ ରେଖା.. କପାଳ ଲିଖନ
ଭ୍ରମ ରେ ଏବେ ଏବେ
ଶେଷ ମୁହୂର୍ତ୍ତ ଯାଏ
ପରିଚୟ ଲୋଡ଼ା
ହୀନ ମାନସିକ ରୋଗୀ
ନଲରାଜା  ଘୋଡା ଶେଷେ
କର୍ମ ଆଉ ଭାଗ୍ୟ ।।


       ତପନ କୁମାର ସାହୁ 
              କଳାହାଣ୍ଡି

Post a Comment

0 Comments