ତୁମେ
******
ତୁମେ ଥରେ ସ୍ନେହ କାଙ୍ଗାଳି ହୁଅ
ତୁମେ ଲୋଡୁଥିବା
ସବୁତକ ସ୍ନେହକୁ ବାଣ୍ଟିଦେବି
ତୁମ ଅଧରର କୂଳେ କୂଳେ....
ତୁମେ ଥରେ ପ୍ରେମ କାଙ୍ଗାଳି ହୁଅ
ଦେଖିବ
ମୋ ଜୀବନର ସବୁତକ ପ୍ରେମକୁ
ଲେସିଦେବି ତୁମ ଓଠେ ।
ତୁମେ ଥରେ ଜ୍ୟାମିତିର ଚିତ୍ର ହୁଅ
ଦେଖିବ
ରାଉଣ୍ଡର ପେନସିଲ୍ ଯୋଖି
ମୁଁ ମାପି ଚୁପି କହିଦେବି
ତୁମ ଦେହର ସବୁତକ କୋଣର ଡିଗ୍ରୀ ।
ତୁମେ ଥରେ ଲେଉଟି ଯାଅ ଅତୀତକୁ
ଦେଖିବ
ମୁଁ ତନତନ କରି ଲିପିବଦ୍ଧ କରିବି
ତୁମ ଅତୀତର ପୃଷ୍ଠାକୁ ।
ସବୁ ସରିଗଲା ପରେ...
ମୁଁ ପ୍ରସ୍ତୁତ ତୁମ ସହ ଯୁଦ୍ଧ କରିବାରେ
ତୁମେ ଏବେ ସଜାକ୍ ରଖିପାର
ତୁମ ଦେହର ସମସ୍ତ ଯୋଦ୍ଧାଙ୍କୁ ।।
ସୁଦର୍ଶନ ସାହୁ
ଯାଜପୁର
******
ତୁମେ ଥରେ ସ୍ନେହ କାଙ୍ଗାଳି ହୁଅ
ତୁମେ ଲୋଡୁଥିବା
ସବୁତକ ସ୍ନେହକୁ ବାଣ୍ଟିଦେବି
ତୁମ ଅଧରର କୂଳେ କୂଳେ....
ତୁମେ ଥରେ ପ୍ରେମ କାଙ୍ଗାଳି ହୁଅ
ଦେଖିବ
ମୋ ଜୀବନର ସବୁତକ ପ୍ରେମକୁ
ଲେସିଦେବି ତୁମ ଓଠେ ।
ତୁମେ ଥରେ ଜ୍ୟାମିତିର ଚିତ୍ର ହୁଅ
ଦେଖିବ
ରାଉଣ୍ଡର ପେନସିଲ୍ ଯୋଖି
ମୁଁ ମାପି ଚୁପି କହିଦେବି
ତୁମ ଦେହର ସବୁତକ କୋଣର ଡିଗ୍ରୀ ।
ତୁମେ ଥରେ ଲେଉଟି ଯାଅ ଅତୀତକୁ
ଦେଖିବ
ମୁଁ ତନତନ କରି ଲିପିବଦ୍ଧ କରିବି
ତୁମ ଅତୀତର ପୃଷ୍ଠାକୁ ।
ସବୁ ସରିଗଲା ପରେ...
ମୁଁ ପ୍ରସ୍ତୁତ ତୁମ ସହ ଯୁଦ୍ଧ କରିବାରେ
ତୁମେ ଏବେ ସଜାକ୍ ରଖିପାର
ତୁମ ଦେହର ସମସ୍ତ ଯୋଦ୍ଧାଙ୍କୁ ।।
ସୁଦର୍ଶନ ସାହୁ
ଯାଜପୁର




0 Comments