ଆଉ କେମିତି କହିଥିଲେ ହେଇଥାନ୍ତା- ଲୋପାମୁଦ୍ରା ନାୟକ(ମିତାଲି)


ଆଉ କେମିତି କହିଥିଲେ ହେଇଥାନ୍ତା
**********


                  ଏବେ ଗାଁରୁ ସହର,ବଡବଡିଆ ମାହୋଲରୁ ଗରିବର ଗାଧୁଆ ତୁଢ ଯେଉଁଠି ଦେଖ ଏବେ ବାସ୍ ଗୋଟିଏ ଚର୍ଚା ଚିନରୁ ଆରମ୍ଭ ହୋଇ କରୋନା ଏବେ ସମଗ୍ର ଦେଶକୁ ଗ୍ରାସ କରିଗଲାଣି। ରାତି ପାହିଲେ ନିୟୁଜପେପର,ଟିଭି,ସୋସିଆଲ ମିଡିଆ ଯେଉଁଥିରେ ଦେଖ କେବଳ ତାର ହିଁ ଚର୍ଚା।ସମଗ୍ର ଦେଶ ଏବେ ଚିନ୍ତାରେ।ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବି ନେଇ ସାରିଲାଣି ଏହି ରୋଗ।କିଛି ଦିନ ତଳେ ଆମ ରାଜ୍ୟସରକାର ଏହାକୁ ବିଶ୍ୟମହାମାରି ରୂପେ ଘୋଷଣା କରି ଏଥିରୁ ମୁକ୍ତି ପାଇବା ପାଇଁ ଅର୍ଥାତ୍ ଲକ୍ ଡାଉନ୍ ଘୋଷଣା କରିସାରିଥିବା ପରିସ୍ଥିତିରେ ଆମ ଗାଁର ଆର ସାହିର ରଘୁ ମୋଉସାଙ୍କ ପୁଅ ସୁମନ୍ତ କିଛି ଦିନ ତଳେ ଏହି ରୋଗ ପାଇଁ ଗାଁକୁ ଫେରିଆସିଛି।ଚେହେରା ପୁରା ସହରି,ରଂଗ ଗୋରା,ହାଇଟ୍ ସାଙ୍ଗକୁ ବଡି ବି ଦେଖିଲା ଭଳିଆ ହୋଇଛି।ନଦେଖିଲା ଲୋକ ବି ସେ ଗାଁ ରାସ୍ତାରେ ଯିବା ବେଳେ ବୁଲି ଚାହିଁବାକୁ ବାଧ୍ୟ ହେଉଛନ୍ତି।ହଁ ହେବେନି ବା କେମିତି ଏଇ ଗାଁର ପୁଅଟି ପୁଣି ଏତେ ପାଠସାଠ ପଢି ସହରରେ ବଡଗୋଟେ ଚାକିରି କରିଥିଲା,ଗାଁରେ ତ ସେ କେତେବେଳେ ରୁହେନି ଚାକିରି ଦିନଠୁ।କେତେବେଳେ କେମିତି ଆସେ କିନ୍ତୁ ବେଶି ଦିନ ଗାଁରେ ରୁହେନି ଏଇ ଦିନେ ଦୁଇଦିନ ରହି ପୁଣି ଥରେ ଫେରିଯାଏ ସହରକୁ।ପୁଅ ସହରରେ ଏଇ କିଛି ଦିନ ହେଲା ଖଣ୍ତେ ଜମି କିଣିଛି ବୋଲି ରଘୁ ମୋଉସା ଗାଁ ଯାକ ବୁଲିବୁଲି କୁହେଁ।ଢେର ଖୁସି ବି ଜଣାପଡେ ଯେତେବେଳେ କହେ ଶୁଣିଲୁନି ନା ରେ ବାବାଜି ମୋ ପୁଅ ସହରରେ ଜମି କିଣିଛି,ଆର ମାସଠାରୁ ସେ ଜମିରେ ଘର କରିବା ଆରମ୍ଭ କରିବ ଆଉ ତା ପରେ ଆମେ ସେଠାକୁ ଚାଲିଯିବୁ,ସହରରେ ରହିବୁ।ଜନ୍ମଦିନଠାରୁ ଆଜି ଯାଏ କେବେ ସହର ଦେଖିନଥିବା ରଘୁ ମୋଉସାର ପାଟିରେ ସେହି ସହରେ ରହିବା କଥାଟା କହିଲା ବେଳକୁ ଏକ ଭିନ୍ନଧରଣର ଖୁସି ଝଲସି ଉଠୁଥିବାର ଜଣାଯାଏ। କିନ୍ତୁ ଏଇ କରୋନା ଆମ ରାଜ୍ୟରେ ପ୍ରବେଶ କରିଛି ଯାଣିବା ପରେ ସୁମନ୍ତ ସହର ଛାଡି ଗାଁ ମୁହଁା ହୋଇଥିଲା। ଚେହେରା ଯେମିତି ସାହସ ଖଣ୍ତିକ ବି ପାଇଛି ସେମିତି।କମ୍ ବଡ ବଡ ଲୋକ ତାର ଚିହ୍ନାପରିଚିତ ବି ନୁହନ୍ତି।ସେଇ ସାହାସରେ ସରକାର କରୋନାରୁ ମୁକ୍ତି ପାଇଁ ବାରମ୍ବାର ଲକ୍ ଡାଉନର ଅବଧି ବୃଦ୍ଧି କରୁଥିବା ବେଳେ ସେ ଶ୍ୟାମ ଗୁଡିଆର ପୁଅକୁ ଉସକେଇକି ଏଇ ଟାଇମ୍ ରେ ସବୁ ଦୋକାନ ବଜାର ବନ୍ଧ ଥିବାରୁ ସେ ଯଦି ତାର ଘର ପାଖରେ ବରା,ପକୁଡି ତିଆରି କରି ଗାଁ ଦାଣ୍ତରେ ସେ ସବୁ ଧରି ବସେ ତ ଭଲ ଦି ପଇସା ରୋଜଗାର ହେବ ବୋଲି ଉସକାଇ ତାଦ୍ବାରା ସେଇ କାମଟି କରିନେଇଛି।ସବୁଦିନ ସକାଳେ,ସଞ୍ଜେ ତା ଦୋକାନରେ ଗାଁ ବାଲାଙ୍କ ଭିଡ ଜମେ ସେ ବି କିଛି ପିଲାଙ୍କୁ ଧରି ସେଠାରେ ଭଲ ଗୋଟେ ଖଟି ଆଡା ଜମେଇଦେଇଛି।କାହାକୁ ଭୟ ନାହିଁ।ସରକାରଙ୍କ କରୋନା ସକ୍ରମଣକୁ ରୋକିବାର ମହୋଷୈାଧି ଘରେ ରୁହନ୍ତୁ ସୁରକ୍ଷିତ ରହୁନ୍ତୁ ର ନାରା ବି ତା ଉପରେ କାଟୁ କରୁନି।ବିଭିନ୍ନ ଦିନ ବିଭିନ୍ନ ଆଳ ଦେଖେଇ ସେ ଘରୁ ବାହାରକୁ ବାହାରୁଛି। ଆଉ କେଉ଼ଠି କେମିତି କୋଉଠି ଧରା ପଡିଗଲେ କେବେ ଔଷଧ ନାଁରେ ତ କେବେ ରାଗିଙ୍କୁ ହଷପିଲାଟରେ ଛାଡିବା ବାହାନା ଦେଖେଇ ଖସି ଆସିବାରେ ସଫଳ ହେଉଛି।ଆଉ ଏହି କାମ ପାଇଁ ଗାଁରେ ନିଜର ସାହସ ଆଉ ବଡିମା ବି କମ୍ ଦେଖେଇ ହେଉନି। 

                                 ଏମିତି କିଛି ଦିନ ଅତିକ୍ରମ କରିସାରିଛି।ସେ ବି ଯେମିତି ଏକପ୍ରକାର ପୁଣିଥରେ ଗାଉଁଲି ପରିବେଶ ସହ ନିଜକୁ ଖାପ୍ ଖୁଆଇ ସାରିଲାଣି।ଏବେ ଆମ ରାଜ୍ୟରେ କରୋନା ଚିନ୍ତା ବଢିବାରେ ଲାଗିଛି।ସରକାର ଏକରକମର ଚିନ୍ତାରେ ପଡିଯାଇଛି କାରଣ ଏଇ କିଛି ଦିନ ତଳେ ଆମ ଓଡିଶାର ସ୍ଥିତି ବିଗିଡିବାକୁ ଲ‍ଗିଛି।ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁଁ କ୍ରମଶଃ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି।ସରକାର,ସ୍ବଚ୍ଛାସେବି ଅନୁସ୍ଥାନ ମାନେ ବାରମ୍ବାର ଘରେ ରହିବାକୁ ଅନୁରୋଧ କରିଚାଲିଛନ୍ତି,ପୋଲିସ ବାରମ୍ବାର ମୁଖ୍ୟ ସଡକ ସହ ଗାଁ ଗାଁ ବୁଲି ପହରା ଦେଉଛନ୍ତି ସତର୍କ ବି କରାଯାଉଛି ନିଜର ଡିୟୁଟି କରି।କିନ୍ତୁ ଏ ସବକୁୁ ପ୍ରାୟତଃ ସୁମନ୍ତ  ଏ କାନରେ ପୁରାଇ ସେ କାନରେ ବାହାର କରିବା ଭଳି ସବୁ ଜାଣି ଶୁଣି ବାହାର କରିଦିଏ ଆଉ ନିଜ କାମ କରେ।ସେଇ ଅମାନିଆ କେତେକଙ୍କ ଲିଷ୍ଟରେ ନିଜର ନାଁ ଲେଖାଏ।ଫଳସ୍ବରୂପ କିଛି ଦିନ ପରେ ସେ ମଧ୍ୟ କରୋନା ଆକ୍ରାନ୍ତ ଜଣ‍ାପଡେ।ପର ଦିନ ଖବର ଆସେ ସେ ସେଇ ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରୁ ଜଣଙ୍କ ସଂସ୍ପର୍ଶ ରେ ଆସିଥିବାରୁ।ଏବେ ତାକୁ ନେଇ ଢେର ଚର୍ଚା ଆଉ ଭୟ ଭିତରେ ତା ସହ ମିଶିଥିବା ପିଲା ଆଉ ଗାଁ ଲୋକ ହେଉଥିବା ବେଳେ ସେ ମୃତ୍ୟୁ ବରଣ କରେ।କିନ୍ତୁ ତାର କର୍ମଫଳ ଯୋଗୁଁ ସେ ମୃତ୍ୟୁ ପରେ ସ୍ବର୍ଗଧାମରେ ପହଞ୍ଚିଲା ସେଠାରେ ସ୍ବୟଂ ପ୍ରଭୁ ତାର ଅପେକ୍ଷାରେ ବସିଥିବା ଦେଖି ସେ ଲୋତକ ଧରା ଚକ୍ଷୁ ଯଗଳରେ ଦୁଇହାତକୁ ଯୋଡି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନମସ୍କାର କରିବା ସହ ପଚାରିଲା ପ୍ରଭୁ ମତେ ଏ ଅବେଳରେ କାଇଁକି ମୃତ୍ଯୁ ଦେଲ।ଗୋଟେ ଥର ମତେ ସତର୍କ ତ କରେଇ ପାରିଥାନ୍ତା;ମୋ ମୃତ୍ଯୁ ବିଷୟରେ ମତେ ଜଣେଇପାରିଥାନ୍ତ? ପ୍ରଭୁ ଉତ୍ତର ଦେଲେ ଆରେ ମୁର୍ଖ ତତେ ଆଉ କେମିତି କହିଥାନ୍ତି। ପ୍ରାଧାନମନ୍ତ୍ରୀ ହୋଇ କହିଲି,ମୁଖ୍ୟମନ୍ତ୍ରୀ ରୂପରେ ଅନୁରୋଧ କଲି,ବାଗଚୀଙ୍କ ମୁଖରେ ସୁରକ୍ଷିତ ରହିବାକୁ ବାରମ୍ବାର ବୁଝାଇଲି,ପୋଲିସ ରୂପରେ ତାଗିଦ କଲି,ସ୍ବାସ୍ଥ୍ଯ କର୍ମୀଠାରୁ ଗାଁ ଦୋକାନ ସବୁଠି ନିର୍ଦ୍ଦେଶା ଦେଶ ଜାରି କଲି ଆଉ ତତେ କେମିତି କହିଥାନ୍ତି !!!!!!!!

        ଲୋପାମୁଦ୍ରା ନାୟକ(ମିତାଲି)
           କଳିଙ୍ଗନଗର,ଯାଜପୁର

Post a Comment

0 Comments