ଆଧ୍ଯାତ୍ମିକତା ଓ ମାନବିକବୋଧ- ପ୍ରସନ୍ନ ମଣ୍ଡଳ


                  
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ  ପ୍ରତ୍ଯକ ମନୁଷ୍ୟ  ସୁସ୍ଥ, ସୁରକ୍ଷିତ  ସମୃଦ୍ଧ ଓ ପ୍ରତିଷ୍ଠିତ ବା  ସମ୍ମାନଯୋଗ୍ଯ  ଜୀବନ ନିର୍ବାହ
କରିବା ପାଇଁ ଆକାଂକ୍ଷିତ । ତେଣୁ ପାରିବାରିକ ବା ବ୍ୟକ୍ତିଗତ ଭାବରେ  ସୁରକ୍ଷିତ ରହିବା ପାଇଁ
ଜଣେ ବ୍ୟକ୍ତି ଆଧ୍ଯାତ୍ମିକ ନିୟମାବଳୀ ଓ ବା ପୂଜା ବିଧି ବ୍ୟବସ୍ଥା,  ଧ୍ଯାନ, ଯୋଗ, ସାଧନା,  ଦାନ ଓ ସେବା ଭିତ୍ତିକ ପାରମାର୍ଥୀକ ବ୍ୟବସ୍ଥା ଗୁଡିକୁ ନିଷ୍ଠାର ସହିତ ଅନୁସରଣ କରିଥାଏ ।

ପ୍ରତ୍ୟେକ ଧର୍ମରେ  ଧର୍ମନୈତିକ ମତବାଦ ଓ ପାରମ୍ପରିକ  ବ୍ୟବସ୍ଥାରେ  ପ୍ରକାରଭେଦ ଥିଲେ ମଧ୍ୟ ମନୁଷ୍ୟ ଭିତରେ ସୃଷ୍ଟି ହେଉଥିବା ଗଭିର ଐଶ୍ୱରୀୟ  ଅନୁଚେତନା ଓ ଆଧ୍ୟାତ୍ମିକ  ଭକ୍ତି ଭାବାବେଗ ରେ 
ସାମାନ୍ୟତମ  ଭିନ୍ନତା ବା ପାର୍ଥକ୍ୟ  ପରିଲକ୍ଷିତ ହୁଏ । ପ୍ରାର୍ଥନା, ଉପାସନା,  ସ୍ତୁତି ପ୍ରଶଂସା,  ବନ୍ଦନା, ଆରାଧନା, ନୈବେଦ୍ୟ ଉପସ୍ଥାପନ  ଇତ୍ୟାଦି
ଆତ୍ମିକ ପ୍ରକ୍ରୀୟା ରେ ପ୍ରାୟତଃ
ସାମଞ୍ଜସ୍ୟ ଥିଲେ ବି  ଭାବନା ଓ ପରିକଳ୍ପନା, ଧର୍ମଶାସ୍ତ୍ର ଭିତ୍ତିକ ଶିକ୍ଷା  ଓ ପାରମ୍ପରିକ ପ୍ରଥା ବା ନିୟମାବଳୀର  ପାର୍ଥକ୍ୟ ହିଁ ସମ୍ପ୍ରଦାୟୀକବାଦର  ବୈଶିଷ୍ଟ୍ଯ ଓ   ସ୍ଵତନ୍ତ୍ରତା  ପ୍ରତିପାଦନ
କରେ । ସବୁ ଧର୍ମର  ମୈ।ଳିକ ତତ୍ବରେ  ଐଶ୍ବରିକ ଉପାସନା ଓ
ପାରମାତ୍ମିକ  ଆହ୍ବାନକୁ ଯଥେଷ୍ଟ ପ୍ରାଥମିକତା  ଦିଆଗଲେ ମଧ୍ୟ ପାରମ୍ପରିକ  ବ୍ଯବସ୍ଥା  ବା ନୀତି ନିୟମରେ  କିଛି  ସାମାଜିକ  ବା 
ପୈ।ରାଣିକ ପ୍ରଭାବ  ପ୍ରତିଫଳିତ ହୋଇଥାଏ । 
        କିନ୍ତୁ ଆମ ଦେଶ ଭାରତ ଏକ  ଧର୍ମନିରପେକ୍ଷ  ରାଷ୍ଟ୍ର ହୋଇଥିବାରୁ,  ଯେ କୈାଣସି  ବିପର୍ଯ୍ୟୟ,  ଯୁଦ୍ଧ, ସାମାଜିକ ବିପ୍ଳବ,  ଦୁର୍ଭିକ୍ଷ,  ମହାମାରୀ ବା ଜରୁରୀକାଳୀନ  ଜଟିଳ ପରିସ୍ଥିତିରେ  ସମନ୍ବୟ ଭାବ, ଏକତା,  ପାରସ୍ପରିକ ସହଭାଗିତା ବା ସାର୍ବଭୈ।ମ୍ଯତା ପରିଲକ୍ଷିତ  ହୁଏ, ଯାହା  ଅନ୍ୟ କୈାଣସି  ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କରେ  କେବେ ଅନୁଭୁତ ହୁଏନାହିଁ । ସେଥିପାଇଁ  ଭାରତର  ସଂହତି  ଶାସନ ତନ୍ତ୍ର ଓ ଜାତୀୟତାବାଦର  ସ୍ଵତନ୍ତ୍ରତା ରହିଛି ।  ଅନ୍ୟ  ଦେଶମାନେ ଏହାକୁ ବୁଝି ସାରିଲେଣି ।

         ତେଣୁ  ପ୍ରୀୟ ବନ୍ଧୁଗଣ, ଏହି  ଜରୁରୀ  ପରିସ୍ଥିତିରେ  ପରସ୍ପର ଭିତରେ ସମନ୍ବୟ  ଓ ଏକତା  ରକ୍ଷାକରି  ଆମ୍ଭେମାନେ ଯେ କୈାଣସି  ଦୁର୍ଦ୍ଦିନ ଉପରେ ବିଜୟ ଲାଭ କରି ପାରିବା । 
ଆମ୍ଭମାନଙ୍କ  ଭିତରେ ରହିଥିବା ଆଧ୍ଯାତ୍ମିକ  ବା ଐଶ୍ୱରୀୟ ଅନୁଚେତନା ଦ୍ବାରା  କୈାଣସି ସଫଳତା  ଅସମ୍ଭବ ନୁହେଁ ।

        ପ୍ରସନ୍ନ  ମଣ୍ଡଳ
       କୋଟପଲ୍ଲା, ଖୋର୍ଦ୍ଧା
      

Post a Comment

0 Comments