*********
ମନେପଡ଼େ ସେଇ ନିରୀହ ଧାଙ୍ଗଡୀ
ଧରଣୀ ପେନୁର ଡାକ,
ବନସ୍ତ ମଧ୍ୟରେ ଶାଳ ଠାକୁରାଣୀ
କେଡ଼େ ଅପରୂପା ଦେଖ....
ଚାଙ୍ଗୁ ଢୋଲ ତାଳେ ନାଚଇ କାଳିସୀ
ଚଇତି ପରବ ପାଇଁ,
ନିଆଁ ରେ ଚାଲିବା କଣ୍ଟାରେ ଝୁଲିବା
ଭକତିର ବଳ ଏହି....
ପାଷାଣ ଦେହରେ ଦିଶନ୍ତି ଜନନୀ
ଆଦିବାସୀ ଗ୍ରାମେ ଗ୍ରାମେ,
ସିଦ୍ଧ ପୀଠେ ପୁଣି ପୂଜୁଛି ସଂସାର
ମାତାଙ୍କୁ ଅସଂଖ୍ୟ ନାମେ ।।
ଡ଼ଃ ପ୍ରତୀକ କୁମାର ପାହି




0 Comments