******
ସବୁ ଭୂଲ ପାଇଁ ମୁଁ କିବା ଦାୟୀ
ପ୍ରଶ୍ନ କରେ ଯେବେ ନିଜକୁ
ଉତ୍ତର ରେ ଆସେ ହଁ ।
ଆଜି ଭାବୁଛି କଣ ମୋର ଭୂଲ
ପ୍ରେମ ର ଅର୍ଥ କଣ ପ୍ରତାରଣା
ଉତ୍ତର ରେ ଆସେ ହଁ ।
ସବୁ ଦୁଃଖ କଷ୍ଟ ମୋ ଭାଗ୍ୟ ରେ
ଯେବେ ଭାବେ
ଉତ୍ତର ରେ ଆସେ ହଁ ।
କଣ ମୁଁ ଏମିତି ମରି ମରି ବଞ୍ଚିଥିବି
ବଂଚିଥିବା ଯାଏ
ଉତ୍ତର ରେ ଆସେ ହଁ ।
ଭୂଲ କରିଦିଏ ସବୁ ସମାପ୍ତ
ନାହିଁ କଣ ସେଥିରେ ପ୍ରାୟଶ୍ଚିତ
ଉତ୍ତର ରେ ଆସେ ହଁ ।
ହଁ ହଁ ସବୁ ଭୂଲ ମୋର
ମାନୁ ଅଛି ମୁଁ
ହୃଦୟ କହୁଛି ନିର୍ଦୋଷୀ ମୁଁ ହଁ ।।
ବର୍ଷା ରାଣୀ ଦାଶ
ଭଦ୍ରକ




1 Comments
ଚମତ୍କାର ପ୍ରସ୍ତୁତି କବିତାଟିର
ReplyDelete