*****
ଅନେକ ଚି଼ହ୍ନlଜଣା
ପାଦ ମାନଙ୍କର ଭିଡ ଭିତରେ
କେତେଯେ ସୁଖ ଆଉ ଦୁଃଖ ସହ
ତାର ସବୁଦିନ ହେଉଥାଏ ଭେଟ ।
ସେ କିନ୍ତୁ ନିଜର
ଅସ୍ତିତ୍ବ କୁ ହରାଇ
କେବେ ହେଲେ ବାନ୍ଧି ହେଇନାହିଁ
କାହାର ବନ୍ଧନରେ ।
ଆପଣାର ବୋଲି
ଶବ୍ଦଟିକୁ..
ସେ କେବେ ସ୍ଥାନ ଦେଇନାହିଁ
ତା ଜୀବନରେ ।
ମନକୁ ଦେଇ ସେ କେବେ
ଆଦରି ନେଇନି କାହାର ମନକୁ
ପଚାରି ବୁଝିନି ମଧ୍ୟ ସେ କେବେ
ଏଇ ଆତ ଜାତ ବାଟୋଇ ର ଦୁଃଖକୁ ।
ନିର୍ବାସୀତ କରିନି ସେ କେବେ
ଏଇ ଆଶାତୁର ବାଟୋଇ ମାନଙ୍କୁ
ଅଭିମାନ ରେ ଲିଭେଇ ଦେଇନି ସେ କେବେ
ତା ଦେହରେ ଲେଖା ଥିବା ଅନେକ ଠିକଣାକୁ ।
ସେ ବା କେମିତି ବୁଝିବ
ତା ଦେହର କାହାଣୀ କୁ
ମୁଁ କିନ୍ତୁ ଖୋଜି ଦେଖିଛି
ତା ଦେହରେ ମୋ ଅତୀତର ସ୍ମୃତି ସବୁକୁ ।
ନା ସେ କେବେ ଭାଙ୍ଗି ପଡିନି
କାହାର ଦୁଃଖରେ
କେବେ ମଧ୍ୟ ସାମିଲ ହେଇନି
କାହାର ସୁଖରେ ।
ସେଇଥି ପାଇଁ ତ
ସେ କେବେ
ଝରାଇ ବସେନି ଲୁହ
କାହାର ବିରହରେ.........।।
ସୁନୟନା ଓଝା
ଗ୍ରାମ -ତରିମୂଳ
ଜିଲ୍ଲା -କେନ୍ଦୁଝର




0 Comments