ଘର-ସନ୍ଧ୍ୟା ରାଣୀ ଘଡେଇ

ଘର
*****

ଘର ଏକ ଚିକିମିକି
ସପନ ମନ୍ଦିର,
ସେଇଥି ପାଇଁ ତ କେବଳ ମୋ
ପାଇଁ  ନୁହେଁ, ଅନ୍ୟ ମାନଙ୍କ ପାଇଁ,
ସମସ୍ତଙ୍କ ପାଇଁ  ଗଢି ଦେଲି
ଅତ୍ମୀୟତା ରସେ  ସୁନ୍ଦର ଘରଟି
ଫୁଲ ଫଳ ଛବି ଅଙ୍କା ସ୍ୱପ୍ନାୟିତ
ଶବ୍ଦର ଚଟାଣ....
ନିରାଶା  ଭୁଇଁରେ ବୁଣି ଦେଲି ମୁଠା ମୁଠା
ଅନୁଭୂତି  ଆଶା  ନିରାଶାର....

ସ୍ନେହ  ଛପର  ରେ  ଢାଙ୍କି ଦେଲି
ତା ଛାତର  ପିଠି.. ନିବୁଜ କରି...
ମମତା ର ସୌଖିନ ଇଟା  କୁ ଖଣ୍ଡି ଖଣ୍ଡି ଯୋଡି
ସଜେଇ ଦେଲି ମଜଭୁତ  କାନ୍ଥ ଟି
ଧର୍ଯ୍ୟ ର କଂକ୍ରିଟ ରେ ସମ୍ପର୍କ କୁ ଫୁଲଦାନୀ
ର ପସରା ରେ ଉଲ୍ଲସିତ କଲି ଶବ୍ଦରେ, ଶବ୍ଦରେ....

ଆଞ୍ଜୁଳାଏ ମଖମଲି ହସର ରଙ୍ଗରେ
ଝୋଟି ଆଙ୍କି ଦେଲି ତା  ଭିତର  ବାହାର.
ଅଶାର ରୁପା ଚାନ୍ଦ ରେ ଅୟୁତ ଯୁଗର  ସ୍ବପ୍ନ କୁ
ଏକାଠି କରି ଭଲପାଇବାର  ମନ୍ତ୍ର ରେ
 ଅଭିମନ୍ତ୍ରିତ କଲି  ତାର  ଅବୟବ....
ଆଜି.....ସମୟର ଅଭିଜ୍ଞତା କୁ 
ମାୟାର ଜାଲରେ ଛନ୍ଦି  ପାରିଲିନି  ବୋଲି
ଆଜି ଅତଡ଼ା ଭାଙ୍ଗୁଛି ବେଳ ଅବେଳ  ରେ...
ସବୁ ସର୍ତ୍ତହୀନ   ବନ୍ଧନ ର ଆକର୍ଷଣ
ହୃଦୟହୀନ କରିଦିଏ  ସଜଡା  ଘରକୁ....

ଆଗାମୀ ଭବିଷ୍ୟତ ର  ଅଂକାବଂକା
ସ୍ବପ୍ନ  ସବୁ ପ୍ରତୀକ୍ଷା ର ସଂକୀର୍ଣ୍ଣ ପୃଥିବୀ ରେ
ଜୀବନ  ଚାଳିଶା କୁ ଗାଇ ଗାଇ ଆଦରି
ନିଏ ଅନ୍ଧାର  ଭର୍ତ୍ତି କିଛି ସ୍ୱପ୍ନିଳ  ଆକାଶ..
ଭବିଷ୍ୟତ ର  ଉଦାସୀନ ମୁହୂର୍ତ୍ତ,
ବିବର୍ଣ୍ଣ ପୃଥିବୀ ର ନିର୍ବୋଧ  ପଟଚିତ୍ର,
ଦରଭଙ୍ଗା  ରତନ ମହଲ ,
 ଯାହାର ନାମ  ଘର.
 ଯାହାର  ନାଁ  ଘର.....।।


ସନ୍ଧ୍ୟା ରାଣୀ  ଘଡେଇ
ଅବସର ପ୍ରାପ୍ତ  ପ୍ରଧାନ ଶିକ୍ଷୟିତ୍ରୀ, 
ଯାଜପୁର ରୋଡ



Post a Comment

0 Comments