ଅକ୍ଷର ବ୍ରହ୍ମ
******
ଅସୀମ ଅଵ୍ୟକ୍ତ ମହିମା ତୁମର
ଅନନ୍ତ ବ୍ରହ୍ମାଣ୍ଡେ ତୁମେ ଅଣାକାର,
ଅଵିନାଶୀ ତୁମେ ଆହେ ନିରାକାର
ଅନ୍ତରେ ଭକ୍ତର ଗୁପ୍ତେ ରହିପାର ।।
କ୍ଷଣିକ ରେ ତୁମ ତ୍ରିଲୋକ ସଂହାର
କ୍ଷମା ର ସାଗର ପାପୀ କ୍ଷମିପାର,
କ୍ଷାନ୍ତ ହୋଇବ ଅସତ୍ୟ ତିମିର
କ୍ଷିପ୍ରେ ଵୋହିଵ ଭକ୍ତି ରସାଧାର ।।
ରତ୍ନ ମଣ୍ଡପେ ନୀରବେ ବସି
ରଙ୍ଗାଅଧରେ ମୁରୁକି ହସି ,
ରବି ଆତଯାତଯାହା ଆଜ୍ଞାରେ
ରାତ୍ର,ଦିବସେ ତାଙ୍କୁ ହିଁ ସ୍ମରେ ।।
ବ୍ରହ୍ମାଣ୍ଡ ଗୋସେଇଁ ତୁମରି ଦୟା
ବ୍ରହ୍ମ ଲୀନ ହେଉ ମୋର ଏ କାୟା,
ବ୍ରହ୍ମ ଜ୍ୟୋତି ବ୍ରହ୍ମ ପିଣ୍ଡ ରେ ଆଶା
ବ୍ରହ୍ମ ଦାରୁ ମୋର ଶେଷ ଭରସା ।।
ମୃଣ୍ମୟୀ ବେହେରା
ବାଲାଜୀ କମ୍ପ୍ଲେକ୍ସ
ଭୁବନେଶ୍ଵର
******
ଅସୀମ ଅଵ୍ୟକ୍ତ ମହିମା ତୁମର
ଅନନ୍ତ ବ୍ରହ୍ମାଣ୍ଡେ ତୁମେ ଅଣାକାର,
ଅଵିନାଶୀ ତୁମେ ଆହେ ନିରାକାର
ଅନ୍ତରେ ଭକ୍ତର ଗୁପ୍ତେ ରହିପାର ।।
କ୍ଷଣିକ ରେ ତୁମ ତ୍ରିଲୋକ ସଂହାର
କ୍ଷମା ର ସାଗର ପାପୀ କ୍ଷମିପାର,
କ୍ଷାନ୍ତ ହୋଇବ ଅସତ୍ୟ ତିମିର
କ୍ଷିପ୍ରେ ଵୋହିଵ ଭକ୍ତି ରସାଧାର ।।
ରତ୍ନ ମଣ୍ଡପେ ନୀରବେ ବସି
ରଙ୍ଗାଅଧରେ ମୁରୁକି ହସି ,
ରବି ଆତଯାତଯାହା ଆଜ୍ଞାରେ
ରାତ୍ର,ଦିବସେ ତାଙ୍କୁ ହିଁ ସ୍ମରେ ।।
ବ୍ରହ୍ମାଣ୍ଡ ଗୋସେଇଁ ତୁମରି ଦୟା
ବ୍ରହ୍ମ ଲୀନ ହେଉ ମୋର ଏ କାୟା,
ବ୍ରହ୍ମ ଜ୍ୟୋତି ବ୍ରହ୍ମ ପିଣ୍ଡ ରେ ଆଶା
ବ୍ରହ୍ମ ଦାରୁ ମୋର ଶେଷ ଭରସା ।।
ମୃଣ୍ମୟୀ ବେହେରା
ବାଲାଜୀ କମ୍ପ୍ଲେକ୍ସ
ଭୁବନେଶ୍ଵର




0 Comments