******
ମାଆ ର ମମତା କେ ପାରିବ ଭୁଲି
ମୋ ପାଇଁ ନିର୍ମାଲ୍ୟ ତା ପଦର ଧୂଳି
ବଞ୍ଚିବାର ରାହା ଦିଏ ସେ ଶିଖାଇ
ମନ୍ଦିର ସେ ହେଲେ; ମୁଁ ତା ପୂଜାରୀ.......
ଲୋହିତ କ୍ଷୀରକୁ ଦେଇଥାଏ ବୋଲି
ମୁଁ ଆଜି ବଞ୍ଚିଛି କ୍ଷୀର ପାନ କରି
ବିଷକୁ ଅମୃତ କରିପାରେ ସେହି
ନା ଟି ତାର ଦେବୀ କୁନି ପାଣିଗ୍ରାହୀ.......
ଅସୀମ ତା ସ୍ନେହଅନନ୍ତ ତା ଶ୍ରଦ୍ଧା
ଉଜାଡି ଦିଏ ସେ ନ କରି ସେ ଦ୍ୱିଧା
ଭାଙ୍ଗି ମୁଁ ଯାଉଛି ତା କଥା ମୁଁ ଭାବି
ଜନ୍ମ ବୃତ୍ତାନ୍ତ ମୋ ମନେ ପଡେ ଅଜି.......
ପ୍ରମାଦ ପଡ଼ିଲା ଆଜି ମୋର ବୋଲି
କି ସୁଖ ପାଇଲି ତତେ ମୁଁ କନ୍ଦେଇ
ମିଛର ସାହାରା ନିଏ ଆଜି କାଲି
ମାରିଦିଏ ମୁଁ ଯେ ମୋ ହୃଦୟ କୁ ଆଜି.....
ଉଗ୍ରତାରା ହୋଇ କ୍ରୋଧ କରିଥାଉ
ଶୂଳ ପାଣି ହୋଇ ପୁଣି ଶାନ୍ତ ହେଉ
ସୁଭଦ୍ରା ପରି ତୁ ଅଭିମାନ କରୁ
ଅଷ୍ଟଦେବୀ ଅଷ୍ଟ ରୂପ ଧରି ଥାଉ.....।।
ନୃସିଂହ ପାଣିଗ୍ରାହୀ
ଶିକ୍ଷକ, ପୁରୀ




0 Comments