*******
କଦାଚିତ ନୀଳ ସମୁଦ୍ର ରଙ୍ଗରେ
ପ୍ରକୃତି ଶୋଭା ବଢାଏ
କଦାଚିତ ସାତ ରଙ୍ଗରେ ମୋହିତ
ଇନ୍ଦ୍ରଧନୁ ତୋରଣ ପ୍ରାୟେ ।
କଦାଚିତ ଦିଏ ସୁନେଲି କିରଣ
ରାତ୍ରି ଦିଏ ଅନ୍ଧକାର
କଦାଚିତ ଦିଏ ପ୍ରଖର ଉତ୍ତାପ
ଅଟଇ ସେ ନିର୍ବିକାର ।
କଦାଚିତ ଶ୍ୱେତ ବାଦଲ ଖେଳଇ
କାଳ ସେ କଳାହାଣ୍ଡିଆ
କଦାଚିତ ଲୁଚକାଳି ସେ ଖେଳଇ
ସୌନ୍ଦର୍ଯ୍ୟ ଆଃ କି ବଢିଆ ।
କଦାଚିତ ସାଗର ପ୍ରେମିକ ସାଜିଛି
ଗାଉଛି ତରଙ୍ଗ ସ୍ଵରେ
କଦାଚିତ ସୂର୍ଯ୍ୟ ଚନ୍ଦ୍ରର କିରଣେ
ଦିବାରାତ୍ରୀ ଆଣି କରେ ।
କଦାଚିତ ଉତ୍ତାପ କଣ୍ଟା ସାଜୁଛି
ବରଷା ଯେ ଆଶୀର୍ବାଦ
କଦାଚିତ ଶୀତ ଋତୁ ଧରାପୃଷ୍ଠେ
ଛ' ଋତୁ କରନ୍ତି ବାଦ ।
କଦାଚିତ କୋଟିଏ ଗ୍ରହାଣୁ ପୁଞ୍ଜ
ସାଇତିଛି କରି ଯତ୍ନ
କଦାଚିତ ବ୍ରହ୍ମାଣ୍ଡ ବହିଛି କୋଳେ
ସୂର୍ଯ୍ୟ ପରି କେତେ ରତ୍ନ ।
କଦାଚିତ ଦେଖିଲେ ନଭ ଶୀତଳ
ପ୍ରଭାତର ଭାନୁଦୟ
କଦାଚିତ କବିତା ଆବୃତିରେ ମନ
ଦେଖିଲେ ସୁନେଲି ସାୟଂ ।
କଦାଚିତ ବିଚିତ୍ର ଜଳଦ ଭଣ୍ଡାର
ବଖାଣିଲେ ସରିବେନି
କଦାଚିତ କବି ଲେଖକ ଲେଖନୀ
କାଗଜ କେବେ ଭରେନି ।।
ତପନ କୁମାର ଦାଶ
ଶିକ୍ଷକ,ଥୁ:ରାମପୁର,କଳାହାଣ୍ଡି




0 Comments