********
ମୋ ଚିତ୍ତ କୁଆଁରୀ, କାନ୍ଦେ ଝୁରି ଝୁରି, ବରିବାକୁ ପ୍ରଭୁ ତୁମ ଶରଣ
ଦୟା ବହି ନାଥ, ପୁରା ମନୋରଥ, ନେଇ ଯାଅ କରି ଅପହରଣ
ହେ ଜଗନ୍ନାଥ........ ।
ତୁମକୁ ହର୍ତ୍ତା ବୋଲି ଜାଣି, କହୁଛି ଏତେ ପରି ମାଣି
ନିଶ୍ଚୟଁ ପାରିବ, ହରଣ କରିବ, ଏ ଦେହ ନିଳୟୁ ନେବାକୁ ଟାଣି
ହେ ଜଗନ୍ନାଥ........ ।
ନକଲେ ହରଣ, ଦିଅ ହେ ମରଣ, ମୁଣ୍ଡ ନୁଆଁଇ କରିବି ବରଣ
ପୟର ମିଥୁନେ, ଦିନ ଅକିଂଚନେ, ନଦେଲେ ଶମ୍ପିବି ସଦା ଶରଣ
ହେ ଜଗନ୍ନାଥ........ ।
ତୁମେ ତ ନାଥ ଅପହାରି, ଦେହୀକୁ ମାୟା ଥୋପେ ଘାରି
ପକାଇ ବନିଶୀ, ଧୀବରାବିନାଶୀ ହରିନିଅ ଜ୍ଞାନ ମିନ ଓ ଟାରୀ
ହେ ଜଗନ୍ନାଥ........ ।
ମନୁଷ୍ୟ ଶୀର୍ଷରୁ, କଳାକୁ କେଶରୁ, ଜରାଫାଶେ ପରା ନେଉଛ ଧରି
ଦନ୍ତ ବାସୁ ଦନ୍ତ, ଯଉବନା ମୃତ ସକଳ ଜୀବନୁ ନିଅ କି ପରି
ହେ ଜଗନ୍ନାଥ........ ।
ହରିବା ପଣେ କେବା ସରି, ହରଣେ ପଟୁ ତୁମେ ହରି
ଶୃତି କରାମତି, ହର ନେତ୍ର ଜ୍ୟୋତି ବୟସର ଜାଲ ବିସ୍ତାର କରି
ହେ ଜଗନ୍ନାଥ........ ।
ହରିବା କୌଶଳ, ଜାଣ ଆଦିମୂଳ, ଫାଙ୍କି ଦେବା ପାଇଁ ନକର ଆଳ
ହରଣ ମୋ ଚିତ୍ତ, କରିବ ନିଶ୍ଚିନ୍ତ, ନିବେଦି କହୁଛି ଶୁଣ ଗୋପାଳ
ହେ ଜଗନ୍ନାଥ........ ।
ତ୍ରୀଯୁଗର ଯେତେ ପ୍ରମାଣ, କିସ ହରି ଥିଲେ ଆପଣ
ନ ଧରିଲେ ଦୋଷ, ନ ବହିଲେ ରୋଷ, ଆଜ୍ଞା ଦେଲେ କରିବି ଟି ବଖାଣ
ହେ ଜଗନ୍ନାଥ........ ।
କାହାର ଆରତ, କାହାର ସତୀତ୍ବ, ହରିବା କଥା କି ଭୁଲିଛ ମନୁ
କାହାର ଦରବ, କାହାର ଗରବ, ହରିବା ଅଭ୍ୟାସ ପିଲାଟି ଦିନୁ
ହେ ଜଗନ୍ନାଥ........ ।
ବୃନ୍ଦାର ସତୀତ୍ବ ହରିଲ, ଜଳନ୍ଧର ବଦ୍ଧ କରିଲ
ବହି ଅନୁକ୍ରୋଶ, ପାର୍ବତୀଙ୍କ ତ୍ରାସ, ଶିବାପମାନକୁ ହରି ପାଲିଲ
ହେ ଜଗନ୍ନାଥ........ ।
ସାନ ବଡ ନାହିଁ, ଯେ ତୁମ ଆଶ୍ରୟୀ, ତା'ର ଅଜ୍ଞାନତା କର ହରଣ
ଧ୍ରୁବ ପ୍ରହଲ୍ଲାଦ, ମନରୁ ବିଷାଦ, ଆପଣାର କରି କଲ ହରଣ
ହେ ଜଗନ୍ନାଥ........ ।
କୁବୁଜା କୁତ୍ସିତ ରୂପକୁ, ହରିଲ ଛୁଇଁ ତା' ଅଙ୍ଗକୁ
ଗୋପାଙ୍ଗନା ମାନେ, ଜଳେ ଗଲେ ସ୍ନାନେ, ହରଣ କରିଲ ତାଙ୍କ ବସ୍ତ୍ରକୁ
ହେ ଜଗନ୍ନାଥ........ ।
ଜଉ ଘରୁ ହରି, ପାଣ୍ଡବେ ଉଦ୍ଧାରି, ଧର୍ମକୁ ସ୍ଥାପନା ପାରିଲ କରି
ଅଷ୍ଟ ପାଟ ବଂଶୀ, ହରିଲ ଆକର୍ଷୀ, ତୋଷିଲ ଆନନ୍ଦେ ବିବାହ କରି
ହେ ଜଗନ୍ନାଥ........ ।
ଦ୍ରୌପଦୀ କୁରୁସଭା ତଳେ, ନିବସ୍ତ୍ରେ ଡାକିଲେ ବିକଳେ
କୋଟି ବସ୍ତ୍ର ଦେଇ, ରଖିିଲ ଘୋଡେଇ, ଲଜ୍ୟାକୁ ହରିଲ କେଡେ କୌଶଳେ
ହେ ଜଗନ୍ନାଥ........ ।
କେତେ ଯେ ଛଟକେ, ହର ନିଜ ଲକ୍ଷେ, କହିଲେ ନ ସରେ ହରିବା ପଣ
ସର୍ବ ପିଣ୍ଡେ ବାସ, ଶୂନ୍ୟେ କର ରାସ, ବ୍ରହ୍ମାଣ୍ଡକୁ କର ଗର୍ଭେ ଧାରଣ
ହେ ଜଗନ୍ନାଥ........ ।
ବ୍ରହ୍ମାଣ୍ଡ ଭିତରେ ମୁଁ ଅଛି, ମତେ କି ଦେବ ହେ ମୁରୁଛି
ଚିତ୍ତ ନ ହରିଲେ, ଜୀବନ ହରିବ, ସନ୍ଦେହ ନାହିଁ ମୋ କହି ରଖୁଛି
ହେ ଜଗନ୍ନାଥ........ ।
ମୋ ଚିତ୍ତ କୁଆଁରୀ, କରୁଛି ଗୁହାରୀ, ସତେ କି ହେ ନାଥ ଦୟା କରିବ
କ୍ଷମି ଦୋଷା ଦୋଷ, ହରି କଳମୁଷ, ଅଭୟେ ଭବରୁ ତ୍ରାହି କରିବ
ହେ ଜଗନ୍ନାଥ........ ।
ଆୟୁଷ ମୋ ଯାଉଛି ସରି, ରୋଗ ଗ୍ରସ୍ତେ ଯିବି ମୁଁ ମରି
ଯିବା ଆଗୁଁ ମିତ, ଦେଖିବାକୁ ଚିତ୍ତ, ଚାହୁଁଛି ଶ୍ରୀପଦେ ମାଗୁଣି କରି
ହେ ଜଗନ୍ନାଥ........ ।
ସମର୍ପୁଛି ଚିତ୍ତ, ନ ଉପେକ୍ଷି ନାଥ, ଦୟା ବହି ମାତ୍ର କୃପା କରିବ
ତୁମେ ହେବ ଦାୟୀ, ମୋର ଦୋଷ ପାଇଁ, କାହିଁକି ବା ଆଉ ଦୋଷ ଧରିବ
ହେ ଜଗନ୍ନାଥ........।
କାଳ ଫାଶୀ ଲାଗିବା ଆଗୁଁ, ହରିନେବ ମୋ ପ୍ରାଣ ମାର୍ଗୁ
ବାଧା ନ ଲାଗିବ, ଜୀବନ ମୋ ଜିବ, ଏଥି ପାଇଁ ତୁମ କରୁଣା ଲାଗୁ
ହେ ଜଗନ୍ନାଥ........ ।
ବହିଦ୍ଧୃଷ୍ଟନିତି, କଲି ମୁଁ ଅନିତି, ହରିଥିବା କଥା କରି ବଖାଣ
ଦେଲି ଅପବାଦ, ଲାଗେ ପରମାଦ, ନିଜ ଗୁଣେ କ୍ଷମା ଦେବେ ଆପଣ
ହେ ଜଗନ୍ନାଥ........ ।।
ମିନାକ୍ଷୀ ବ୍ରହ୍ମ
ଗ୍ରାମ- ଖଙ୍କିରା
ବ୍ଲକ- ଗନ୍ଦିଆଁ

ଜିଲ୍ଲା- ଢେଙ୍କାନାଳ

0 Comments