******
ନାରୀ ଅଟେ କେତେ ଜଗତରେ ସତେ
ଅଟଇ ଭାରି ମହାନ
ନିଜେ ସହି କଷ୍ଟ ହୁଏ ନାହିଁ ଭ୍ରଷ୍ଟ
କରଇ ସବୁ ସହନ,
ନାରୀ ର ମନ କୁ ବୁଝି ପାରିବାକୁ
ଚାହାନ୍ତିନି ଥରେ କେହି
ବିପଦେ ଆପଦେ କର୍ମ କରି ଚାଲେ
ଭେଦ ଭାବ ଜାଣେ ନାହିଁ,
ନାରୀର ହୃଦୟେ ରହିଛି ଅନେକ
କେତେବେଳେ କେଉଁ ରୂପ
ପ୍ରଥମେ ଦୁହିତା ଜଗତରେ ଜିତା
ଅନ୍ୟାୟେ କାଳୀ ର ରୂପ,
ଜାଣନ୍ତି ସମସ୍ତେ ନାରୀ ଅସ୍ତିତିରେ
ଦୁନିଆ ଯା ଆ ନ୍ତା ଭାସି
ପର ଦୁଃଖେ ଦୁଃଖୀ ହୁଏ ସୁଖେ ସୁଖୀ
ଖୁସି ହୁଏ ହସି ହସି,
ନାରୀ ର ଜନମ କିଣି ନିଏ ମନ
ସଭିଙ୍କୁ ଆଦର କରେ
ନାରୀ ସହ କେହି ହେବେ ନାହିଁ ସରି
ତା ବିନୁ ଜୀବନ ସରେ,
ଜନ ହିତ ଲାଗି ନିଜ ଜୀବନକୁ
ନାରୀ ଦିଏ ଆତ୍ମବଳି
ମାଆ ହୋଇ ପୁଣି ନିତି ହୁଏ ଟାଣି
ଦିଏ ମନ ପ୍ରାଣ ଢାଳି ।।
ମମିତା ଦେହୁରୀ
ଗ୍ରାମ- ସାତକମା, କୁଚିଣ୍ଡା
ସମ୍ବଲପୁର




0 Comments