*******************
ମୋ ଘର ହାଣ୍ଡିରେ ପଛେ
ନ,ଥାଉ ଚାଉଳ
ସାହା ନହୁଅନ୍ତୁ ପଛେ
ମୋତେ ବନ୍ଧୁ ବଳ
ଯେବେ ଜୀବ ମୋର ଚାଲିଯିବ
ଅନ୍ନ ପାଣି ମୁନ୍ଦେ ନପାଇବ
ହରି ନାମ ଜପିବାକୁ
ତୁଣ୍ଡେ ଥାଉ ବଳ
ମୋ ଘର ହାଣ୍ଡିରେ ପଛେ........ ll
ବନ୍ଧୁ ବଳ ଭାଇ ବଳ
ସବୁ ତୁଚ୍ଛ ହୁଏ
ଅର୍ଥବଳ ବାହୁବଳ
ପାପରେ ପକାଏ
ସବୁ ଦମ୍ଭ ଗର୍ବ ଭାଙ୍ଗିଯିବ
ଦିନେ ମଶାଣିକୁ ଚାଲିଯିବ
ହରିନାମ ସାଥେ ଥିଲେ
ଦେବ ପୁଣ୍ୟଫଳ
ମୋ ଘର ହାଣ୍ଡିରେ ପଛେ.......... ll
ସଖା ବନ୍ଧୁ ସହୋଦର
ପର କରିଦେବେ
ସ୍ୱାର୍ଥ ସରିଗଲା ପରେ
ଦୂର ହୋଇଯିବେ
ଏଇ ଜିବ ଗଲାବେଳେ ତୋର
କେହି ନଯିବେ ତୋର ସାଙ୍ଗର
ଧର୍ମ ଥିଲେ ପାଇବୁରେ
ଚତୃବର୍ଗ ଫଳ
ଭଜୁଥା ଭଜୁଥା ମନ
ଗୋବିନ୍ଦ ଗୋପାଳ
ହାଣ୍ଡିରେ ନଥାଉ ପଛେ......... ll
ବୈଦ୍ୟନାଥ ପଣ୍ଡା.
ଅବଦଲ ପୁର. ଯାଜପୁର.




0 Comments