ଅଭୁଲା ଅତୀତ- ସୌଭାଗ୍ୟ କୁମାର ଦାସ

ଅଭୁଲା ଅତୀତ
******

ପୁଣି ଆସିଛି ଆଜି ସେଇ ଦିନ
    ପ୍ରତିଜ୍ଞା ଭରା ସାର ଏଦିନ.
ମିଶିଥିଲା ଆଖି ଲାଖିଥିଲା ଆଖି
    ମିଶିଥିଲା ବି ସପନ. ।

ବିତି ଯାଇଛି ସେ ଆସିବନି ଫେରି
    ବିତିଥିବା ପଛ ଦିନ.
ଓଠରେ ସର୍ବଦା ହସ ରଙ୍ଗ ଥାଉ
    ନଲିଭୁ କେବେ ସେ ଚିହ୍ନ.।

ହାତଧରି ସାଥେ ଚାଲୁଥାଅ ଦୁହେଁ
   କେବେ ଛାଡିବନି ହାତ...
ହସ ଲୁହ ସବୁ ବାଣ୍ଟି ନେବସାଥେ
   ବାଣ୍ଟି ନେବ ସବୁ ଆଘାତ...।

ଜାଣିଛି ଦୁନିଆ ଗୋଲାପ ଫୁଲକୁ
     କେତେ ଏଠି ଭଲ ପାଏ.
ଫୁଲ କୁ ନେବାକୁ ସଭିଙ୍କର ଇଚ୍ଛା
     ତା ଦୁଃଖ ବୁଝେନି କିଏ.।

ପ୍ରାର୍ଥନା ଏତିକି ଠାକୁରଙ୍କ ପାଖେ
      ଅଜାଡି ଦିଅନ୍ତୁ ଖୁସି.
ଜୀବନଟା ସାରା ହସ ଖାଲି ରହୁ
     ଦୁଃଖ ଯାଉ ସବୁ ରୁଷି. ।

କହିବା ଲୋକତ ହଜାରେ କହିବେ
   କହି କହି ସିଏ ରହିବେ.
ଲେଖୁଛି ଲେଖିବି ଆପଣଙ୍କ ପାଇଁ
    ସବୁବେଳେ ମନେ ରହିବେ. ।।


ସୌଭାଗ୍ୟ କୁମାର ଦାସ 
କେନ୍ଦ୍ରାପଡ଼ା

Post a Comment

0 Comments